କିସ୍‌କୁ ୧୧ଲକ୍ଷ ଦାନ କଲେ ଅମିତାଭ

Advertisment
କିସ୍‌କୁ ୧୧ଲକ୍ଷ ଦାନ କଲେ ଅମିତାଭ

ଚନ୍ଦ୍ରଶେଖରପୁର: କିଟ୍ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟରେ ଅଭିଭୂତ ହୋଇ କିସ୍‌କୁ ସହାୟତାର ହାତ ବଢ଼ାଇଛନ୍ତି ବିଗ୍ ‘ବି’ ଅମିତାଭ ବଚ୍ଚନ। ସେ କିସ୍‌କୁ ୧୧ଲକ୍ଷ ଟଙ୍କା ଦାନ କରିଛନ୍ତି। ଗତ ୧୫ ତାରିଖ କୌନ୍‌ ବନେଗା କରୋଡପତି (କେବିସି)ର କର୍ମବୀର ଅଧ୍ୟାୟରେ ଅମିତାଭଙ୍କ ସହ ଅଚ୍ୟୁତଙ୍କ ସାକ୍ଷାତ ହୋଇଥିଲା। କିସ୍‌ ମାଧ୍ୟମରେ ଶ୍ରୀ ସାମନ୍ତ ଜନଜାତି ପିଲାଙ୍କ ପାଇଁ ଏତେ ସବୁ କାର୍ଯ୍ୟ କରୁଥିବା ଅମିତାଭ ଜାଣିବାକୁ ପାଇଥିଲେ। ବହୁ ସଂଘର୍ଷ ଓ ଘାତ ପ୍ରତିଘାତ ମଧ୍ୟରେ ବଢ଼ି ଅଚ୍ୟୁତ ହଜାର ହଜାର ଜନଜାତି ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ଜୀବନଜୀବିକା ନିଶ୍ଚିତ କରାଇ ପାରିଛନ୍ତି ଜାଣି ଅମିତାଭ ଅଭିଭୂତ ହୋଇଥିଲେ। ଏହି ସୋ’ ସମୟରେ ସେ କିସ୍‌ ମାଧ୍ୟମରେ ହେଉଥିବା ବିଭିନ୍ନ କାର୍ଯ୍ୟ ସଂପର୍କରେ ଅବଗତ ହେବା ପରେ କିସ୍‌କୁ ନିଜ ବ୍ୟକ୍ତିଗତ ପାଣ୍ଠିରୁ ସହାୟତା ପ୍ରଦାନ ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଏହି ପ୍ରତିଶ୍ରୁତି ରକ୍ଷା କରି ବିଗ୍ ବି କିସ୍‌କୁ ୧୧ଲକ୍ଷ ଟଙ୍କା ଦାନ କରିଛନ୍ତି। ଅମିତାଭଙ୍କ ଏହି ମହାନତା ପାଇଁ ଶ୍ରୀ ସାମନ୍ତ ତାଙ୍କୁ କୃତଜ୍ଞତା ଜଣାଇବା ସହ କିସ୍‌ର ୩୦ହଜାର ଜନଜାତି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe