ବାହ’ଈ ଭବନରେ ଆମ ଓଡ଼ିଶାର ରକ୍ତଦାନ ଶିବିର

Advertisment
ବାହ’ଈ ଭବନରେ ଆମ ଓଡ଼ିଶାର ରକ୍ତଦାନ ଶିବିର

ଭୁବନେଶ୍ବର: ଆଜି ଦିବ୍ୟାତ୍ମା ମହାତ୍ମା ବାବଙ୍କ ୧୭୨ତମ ସହିଦ ଦିବସ ଅବସରରେ ବାହ’ଈ ସ୍ଥାନୀୟ ଆଧ୍ୟାତ୍ମିକ ସଭା, ଭୁବନେଶ୍ବର ପକ୍ଷରୁ ସ୍ଥାନୀୟ ୟୁନିଟ୍-୮ସ୍ଥିତ ନୀଳକଣ୍ଠନଗର ବାହ’ଈ ଭବନଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ‘ସମ୍ବାଦ’-‘ଆମ ଓଡ଼ିଶା’ ସହଯୋଗରେ ଶିବିରଟି ଅନୁଷ୍ଠିତ ହୋଇଥିଲା। ଶିବିରରେ ରାଜ୍ୟ ବାହ’ଈ ପରିଷଦର ସଂପାଦକ ରିଆଜ୍ ମୋତାଲେବି, ସ୍ଥାନୀୟ ଆଧ୍ୟାତ୍ମିକ ସଭାର ସଂପାଦିକା କାବ୍ୟତାରା ପାଣିଗ୍ରାହୀ ଉପସ୍ଥିତ ରହି ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ସଂଗ୍ରାମ ସ୍ବାଇଁ, ସୌଭାଗ୍ୟ ମହାନ୍ତି ଓ ପ୍ରଜ୍ଞାପାରମିତା ବାରିକ ଶିବିର ପରିଚାଳନା କରିଥିଲେ।

ଅନ୍ୟ ସଦସ୍ୟମାନେ ମଧ୍ୟ ପରିଚାଳନାରେ ସହଯୋଗ କରିଥିଲେ। ମୋଟ ୨୧ଜଣ ସ୍ବେଚ୍ଛା ରକ୍ତଦାତା ଶିବିରରେ ରକ୍ତଦାନ କରିଥିଲେ। ଓଡ଼ିଶା ରକ୍ତକେନ୍ଦ୍ର, ବିଏମ୍‌ସି ହସ୍ପିଟାଲର ସହକର୍ମୀମାନେ ଶିବିରରୁ ରକ୍ତ ସଂଗ୍ରହ କରିଥିଲେ। ଆମ ଓଡ଼ିଶା ରକ୍ତଦାନ ଅଭିଯାନର ରାଜ୍ୟ ସଂଯୋଜକ ପ୍ରଭଞ୍ଜନ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe