ଆମ୍ରି ହସ୍ପିଟାଲର ଫାର୍ମାସି ବନ୍ଦ କଲା ଡ୍ରଗ୍‌ସ ନିର୍ଦେଶାଳୟ

Advertisment
ଆମ୍ରି ହସ୍ପିଟାଲର ଫାର୍ମାସି ବନ୍ଦ କଲା ଡ୍ରଗ୍‌ସ ନିର୍ଦେଶାଳୟ

ଭୁବନେଶ୍ବର: ଆମ୍ରି ହସ୍ପିଟାଲର ଫାର୍ମାସିକୁ ଦୁଇଦିନିଆ ବନ୍ଦ ରଖିବାକୁ ନୋଟିସ୍ ଜାରି କରିଛି ରାଜ୍ୟ ଡ୍ରଗ୍‌ସ ନିର୍ଦେଶାଳୟ। ଏହି ପରିପ୍ରେକ୍ଷୀରେ ଆମ୍ରି ହସ୍ପିଟାଲ ଫାର୍ମାସିକୁ ବନ୍ଦ କରି ଦେଇଛି। କିଛି ଦିନ ପୂର୍ବରୁ ହସ୍ପିଟାଲରେ ଡ୍ରଗ୍‌ସ ନିର୍ଦେଶାଳୟ ପକ୍ଷରୁ ଚଢ଼ଉ କରାଯିବା ସହ ଫାର୍ମାସିରେ କେତେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରାଯାଇଥିଲା। ପରେ ହସ୍ପିଟାଲକୁ ନୋଟିସ୍ ଜାରି କରାଯାଇଥିଲା। ମାତ୍ର ହସ୍ପିଟାଲ ପକ୍ଷରୁ ସନ୍ତୋଷଜନକ ଉତ୍ତର ନ ମିଳିବା ଯୋଗୁଁ ଡ୍ରଗ୍‌ସ ନିର୍ଦେଶାଳୟ ପକ୍ଷରୁ ଫାର୍ମାସି ବନ୍ଦ ରଖିବା ପାଇଁ କୁହାଯାଇଥିଲା। ରାଜଧାନୀର ଏକାଧିକ କର୍ପୋରେଟ୍‌ ହସ୍ପିଟାଲରେ ରୋଗୀମାନଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ପରେ ରାଜ୍ୟ ଡ୍ରଗ୍‌ସ ନିର୍ଦେଶାଳୟ ପକ୍ଷରୁ ଚଢ଼ଉ କରାଯାଇଥିଲା। ପ୍ରଥମେ କଳିଙ୍ଗ ହସ୍ପିଟାଲରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe