ପିକାସୋଙ୍କ ସ୍ମୃତିରେ ଭୁବନେଶ୍ବର କ୍ଲବରେ କଳା ପ୍ରଦର୍ଶନୀ

Advertisment
ପିକାସୋଙ୍କ ସ୍ମୃତିରେ ଭୁବନେଶ୍ବର କ୍ଲବରେ କଳା ପ୍ରଦର୍ଶନୀ

ଭୁବନେଶ୍ବର: ବିଂଶ ଶତାବ୍ଦୀର ସୁପ୍ରସିଦ୍ଧ ଶିଳ୍ପୀ ପାବ୍‌ଲୋ ପିକାସୋଙ୍କ ୧୪୦ତମ ଜନ୍ମବାର୍ଷିକୀ ଅବସରରେ ଭୁବନେଶ୍ବର କ୍ଲବର ସଂସ୍କୃତି ବିଭାଗ ‘ସୁକୃତ’ ତରଫରୁ ଏକ ଚିତ୍ରକଳା ପ୍ରଦର୍ଶନୀ ଆୟୋଜିତ ହୋଇଛି। ପିକାସୋଙ୍କ ସ୍ମୃତି‌ରେ ଆଜି କ୍ଲବ ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ତାଙ୍କର ଅନେକ ପ୍ରସିଦ୍ଧ କଳାକୃତି ପ୍ରଦର୍ଶିତ ହୋଇଥିଲା। ଏହି ପ୍ରଦର୍ଶନୀ ସଂଧ୍ୟା ୫ଟାରୁ ଆରମ୍ଭ ହୋଇ ୭ଟା ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ଭୁବନେଶ୍ବରର ବହୁ କଳାପ୍ରେମୀ ଯୋଗ ଦେଇଥିଲେ।
ବିଶ୍ବର ଶ୍ରେଷ୍ଠ ପ୍ରଭାବଶାଳୀ କଳାକାର ଭାବେ ବିବେଚିତ ଏହି ସ୍ରଷ୍ଟା କ୍ୟୁବିଷ୍ଟ ଆନ୍ଦୋଳନର ଯୁଗ୍ମ ପୁରୋଧା ଭାବେ ମଧ୍ୟ ପରିଚିତ। କ୍ଲବର ସଭାପତି ଅସିତ୍‌ ତ୍ରିପାଠୀ ଏହି ଅବସରରେ କହିଥିଲେ ଯେ ରାଜଧାନୀବାସୀଙ୍କ ମଧ୍ୟରେ କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ାଇବାକୁ ଏଭଳି ଉଦ୍ୟମ କରାଯାଇଛି। ଆଗକୁ ଏମିତି ସାଂସ୍କୃତିକ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସୁକୃତର ସଂଯୋଜକ ପ୍ରଦୋଷ ମହାନ୍ତି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe