ବେକରେ ଫାଶ ଲଗାଇ ପଙ୍ଖାରେ ଝୁଲିପଡ଼ିଲେ ଇଂଜିନିୟରିଂ ଛାତ୍ର

Advertisment
ଛାତ୍ରାବାସରୁ ଝୁଲନ୍ତା ମୃତଦେହ ଜବତ

Image Courtesy of NDTV

ଚନ୍ଦ୍ରଶେଖରପୁର: ଜଣେ ଇଂଜିନିୟରିଂ ଛାତ୍ର ବେକରେ ରଶି ବାନ୍ଧି ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ର ହେଲେ କଟକର ମନୀଷ ସରକାର (୨୦)। ସେ ଇନ୍‌ଫୋସିଟି ଥାନା ଅଧୀନରେ ଥିବା ଏକ ଘରୋଇ ଇଂଜିନିୟରିଂ କଲେଜର ଶେଷ ବର୍ଷରେ ପଢ଼ୁଥିଲେ। କଲେଜ କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ପାଇ ପୁଲିସ ହଷ୍ଟେଲରେ ପହଞ୍ଚି ମୃତଦେହ ଜବତ କରିବା ସହ ପରିବାର ଲୋକଙ୍କୁ ସୂଚନା ଦେଇଥିଲା। କୌଣସି ବ୍ୟକ୍ତିଗତ କାରଣକୁ ନେଇ ମନୀଷ କିଛି ଦିନ ହେବ ମାନସିକ ଚାପରେ ଥିଲେ ବୋଲି ସାଙ୍ଗମାନେ ପ୍ରକାଶ କରିଛନ୍ତି।

ଗତକାଲି ରାତିରେ ସେ ମୋବାଇଲରେ କାହାସହ ରାଗରେ କଥା ହେଉଥିଲେ। ବିଳମ୍ବିତ ରାତିରେ ସମସ୍ତେ ଶୋଇପଡ଼ିବା ପରେ ଘର ଭିତରୁ ବନ୍ଦକରି ପଙ୍ଖାରେ ଝୁଲି ପଡ଼ିଥିଲେ। ଆଜି ସକାଳେ କବାଟ ନଖୋଲିବାରୁ ସାଙ୍ଗମାନେ ଝରକା ବାଟେ ତାଙ୍କ ମୃତଦେହ ଝୁଲୁଥିବା ‌ଦେଖିଥିଲେ। ‌ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ ଛାତ୍ରଙ୍କ ମୋବାଇଲ ଫୋନ ଜବତ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe