ମହାଷ୍ଟମୀରେ ମା’ଗୌରୀ ମନ୍ଦିରରେ ଜଳିବ ଅଖଣ୍ଡ ଦୀପ

Advertisment
ମହାଷ୍ଟମୀରେ ମା’ଗୌରୀ ମନ୍ଦିରରେ ଜଳିବ ଅଖଣ୍ଡ ଦୀପ

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଅଷ୍ଟଚଣ୍ଡୀଙ୍କ ମଧ୍ୟରୁ ଅନ୍ୟତମ ଦେବୀ ହେଉଛନ୍ତି ମା’ଗୌରୀ ଠାକୁରାଣୀ। ପରମ ବୈଷ୍ଣବୀ ମା’ଗୌରୀ ଠାକୁରାଣୀ ମଧ୍ୟ ରାଜ୍ୟର ପ୍ରସିଦ୍ଧ ଠାକୁରାଣୀ। ପାର୍ବଣ ଉପଲକ୍ଷେ ମା’ଙ୍କ ପାଖରେ ଚାଲିଛି ଷୋଳପୂଜା। ପ୍ରତ୍ୟହ ସକାଳେ ବାଳ ଭୋଗରେ ଫଳ, ମୁଗ, ବୁଟ ଓ ଶୁଖୁଲି ଭୋଗ ଲାଗି ହେଉଛି। ଦ୍ବିପ୍ରହର ଧୂପରେ ଖେଛୁଡ଼ି, ଡାଲମା, ଖଟା ଖିରି, ଦହି ପଖାଳ ଓ ମଣ୍ଡା ପିଠା ଭୋଗ କରାଯାଉଛି। ସେହିପରି ସନ୍ଧ୍ୟା ଧୂପରେ ଖେଚୁଡ଼ି, ଡାଲମା, ଖଟା ଖିରି, ଦହି ପଖାଳ ଆଦି ଭୋଗ ଲାଗି କରାଯାଉଛି। ଏଥିସହିତ ପ୍ରତିଦିନ ମା’ଙ୍କ ନୂଆ ବେଶ କରାଯାଉଛି ବୋଲି ମନ୍ଦିର ଉନ୍ନୟନ କମିଟି ଲୁଲୁ ମହାପାତ୍ର କହିଛନ୍ତି।

ତେବେ ପ୍ରତିବର୍ଷ ଭଳି ଏଥର ମଧ୍ୟ ମହାଷ୍ଟମୀ ତିଥିରେ ଏଠାରେ ସ୍ୱତନ୍ତ୍ର ପୂଜା ବିଧି ଅନୁଷ୍ଠିତ ହେବ। ଏହିତ ତିଥିରେ ମନ୍ଦିରରେ ଜଳିବ ଶହ ଶହ ଅଖଣ୍ଡ ଦୀପ। ଚଳିତ ବର୍ଷ କରୋନା କଟକଣା ପାଇଁ ସାଧାରଣ ଶ୍ରଦ୍ଧାଳୁଙ୍କୁ ମନ୍ଦିର ମନା ଥିଲେ ବି ମାନସିକଧାରୀମାନେ ଅଖଣ୍ଡ ଦୀପ ଦାନ କରିପାରିବେ। ସେବାୟତମାନେ ଶ୍ରଦ୍ଧାଳୁଙ୍କ ଦ୍ବାରା ଦାନ କରାଯାଇଥିବା ଅଖଣ୍ଡ ଦୀପ ସବୁକୁ ମନ୍ଦିର ପରିସରରେ ଜାଳିବେ। ସେହିଭଳି ପରମ୍ପରା ଓ ବିଧି ଅନୁସାରେ ଏହି ଦିନ ମା’ଙ୍କ ପାଖରେ ସ୍ୱତନ୍ତ୍ର ପଣା ଭୋଗ କରାଯିବ। ଛେନା, ନବାତ, କଦଳୀ, ଖିର ଓ ବିଭିନ୍ନ ଫଳରୁ ପ୍ରସ୍ତୁତ ଏହି ପଣା ଭୋଗ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe