ନନ୍ଦନକାନନରେ ଆନାକୋଣ୍ଡା ସୁରକ୍ଷିତ: ବିଶେଷଜ୍ଞ

ନନ୍ଦନକାନନରେ ଆନାକୋଣ୍ଡା ସୁରକ୍ଷିତ: ବିଶେଷଜ୍ଞ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଦୁଇ ଦିନ ତଳେ ୨ଟି ଆନାକୋଣ୍ଡାଙ୍କ ମୃତ୍ୟୁ ହୋଇଥିଲା। ଏବେ ଜୀବିତ ୬ଟି ଆନାକୋଣ୍ଡା ମଧ୍ୟରୁ ୪ଟି ଆନାକୋଣ୍ଡା ଅସୁସ୍ଥ ଥିବା ବେଳେ ସେମାନଙ୍କର ଚିକିତ୍ସା ଜାରି ରହିଥିବା କୁହାଯାଉଛି।ଏହା ପରେ  ନନ୍ଦନକାନନର ସ୍ଥିତି ସମୀକ୍ଷା କରିଥିଲେ ପ୍ରାଣୀ ବିଶେଷଜ୍ଞ ଅଜୟ କାର୍ତ୍ତିକ।

ନନ୍ଦନକାନନରେ ସ୍ଥିତି ସମୀକ୍ଷା ପରେ ଆନାକୋଣ୍ଡା ସୁରକ୍ଷିତ ଥିବା ବିଶେଷଜ୍ଞ କାର୍ତ୍ତିକ ସୂଚନା ଦେଇଛନ୍ତି। ତାଙ୍କ ପରାମର୍ଶ ଅନୁସାରେ ଆନାକୋଣ୍ଡାରେ ଚିକିତ୍ସା ହୋଇଥିଲା। ଚେନ୍ନାଇ କ୍ରୋକାଡାଇଲ୍‌ ବ୍ୟାଙ୍କ ଟ୍ରଷ୍ଟ ପକ୍ଷରୁ ଏହି ବିଶେଷଜ୍ଞ ଦଳ ଆସିଥିଲେ। ନନ୍ଦନକାନନରେ ମୃତ୍ୟୁ ହୋଇଥିବା ଆନାକୋଣ୍ଡାକୁ ଗତ ଅକ୍ଟୋବର ୨୨ରେ ତାମିଲନାଡୁର ଚେନ୍ନାଇସ୍ଥିତ ମାଡ୍ରାସ କ୍ରୋକୋଡାଇଲ ବ୍ୟାଙ୍କରୁ ଅଣାଯାଇଥିଲା। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପକ୍ଷରୁ ୮ଟି ଆନାକୋଣ୍ଡା ସାପ ଓ ୩ଟି ନୀଳ ନଦୀ କୁମ୍ଭୀର ଅଣାଯାଇଥିଲା । ଏବେ ନନ୍ଦନକାନନରେ ମୋଟ ଜୀବ ପ୍ରଜାତି ୧୫୭ରେ ପହଞ୍ଚିଛି।

ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ବାହାର ରାଜ୍ୟରୁ ନୂଆ ନୂଆ ପ୍ରଜାତିର ଜୀବଜନ୍ତୁ ଆଣି ଥାଆନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe