ଅନାମ କାବ୍ୟ ଆନ୍ଦୋଳନର ‘ଅନାମ-୨୦’ ଲୋକାର୍ପିତ

ଅନାମ କାବ୍ୟ ଆନ୍ଦୋଳନର ‘ଅନାମ-୨୦’ ଲୋକାର୍ପିତ

ଭୁବନେଶ୍ବର: ଦୀର୍ଘ ୨୭ବର୍ଷର ବ୍ୟବଧାନ ପରେ ‘ଅନାମ କାବ୍ୟ ଆନ୍ଦୋଳନ’ର ମୁଖପତ୍ର ‘ଅନାମ-୨୦’ର ଆଜି ପବିତ୍ର ରଥଯାତ୍ରା ଅବସରରେ ଲୋକାର୍ପିତ ହୋଇଯାଇଛି। ଶୈଳଶ୍ରୀବିହାର ଜଗନ୍ନାଥ ମନ୍ଦିରରେ ପୂଜା ସମ୍ପାଦନ ପରେ ଏହି ପୁସ୍ତକ ଲୋକାର୍ପଣ କରାଯାଇଥିଲା। ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର, ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ହୃଷୀକେଶ ମଲ୍ଲିକ, ଗାଳ୍ପିକ ପରେଶ କୁମାର ପଟ୍ଟନାୟକ, ‘ପକ୍ଷୀଘର’ର ସମ୍ପାଦକ ଓ ପ୍ରକାଶକ ବନୋଜ ତ୍ରିପାଠୀ, ‘ସାହିତ୍ୟ ଚର୍ଚ୍ଚା’ର ସମ୍ପାଦକ ନିହାର ରଞ୍ଜନ ଶତପଥୀ ଓ ଲେଖକ ଭାସ୍କର ପରିଚ୍ଛା, ‘କଥାକଳିକା’ର ସମ୍ପାଦକ କବି ଦୁର୍ଗା ଷଡ଼ଙ୍ଗୀ, କବି ମନୁଆ ଦାସ, ଓଡ଼ିଶୀ ସଂଗୀତର ଯୁବ ଗବେଷକ ପ୍ରତୀକ ପଟ୍ଟନାୟକ ଓ ଅନାମ କବି ନେତ୍ରାନନ୍ଦ ସାମନ୍ତରାୟ ଏବଂ ମନୁ ଦାଶ ଉପସ୍ଥିତ ଥିଲେ। ଏହି ପତ୍ରିକାଟି ୨୭ବର୍ଷ ପରେ ପ୍ରକାଶ ପାଇଥିବାରୁ ଅନାମ ସାହିତ୍ୟ ପ୍ରତି ରୁଚି ରଖିଥିବା ପାଠକମାନଙ୍କ ଭିତରେ ଆଗ୍ରହ ପ୍ରକାଶ ପାଇଛି। ୧୮୪ପୃଷ୍ଠା ସମ୍ବଳିତ ଏହି ପତ୍ରିକାର ପ୍ରକାଶନ ଧଉଳି ବୁକ୍ସଙ୍କ ଦ୍ୱାରା କରାଯାଇଛି। ଏହାର ମୂଲ୍ୟ ମାତ୍ର ୧ ଟଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe