ଓଡ଼ିଆ ପୁଅ ଅନ୍ବେଷଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର

Advertisment

ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ଦେଶର ୩୨ ଶିଶୁଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଳାପ

ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ଦେଶର ୩୨ ଶିଶୁଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଳାପ

ଓଡ଼ିଆ ପୁଅ ଅନ୍ବେଷଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର

ଭୁବନେଶ୍ୱର: ୨୦୨୧ ପାଇଁ ଦେଶର ୩୨ଜଣ ଶିଶୁଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରେ ଓଡ଼ିଶାରୁ ଏକମାତ୍ର ମେଧାବୀ ଛାତ୍ର ଅନ୍ୱେଷ ଶୁଭମ ପ୍ରଧାନ ଅଛନ୍ତି। ଚନ୍ଦ୍ରଶେଖରପୁର ଡିଏଭିରେ ନବମ ଶ୍ରେଣୀରେ ପଢ଼ୁଥିବା ଅନ୍ବେଷ ଶୁଭମ ଶିକ୍ଷାକ୍ଷେତ୍ରରେ ମନୋନୀତ ହୋଇଛନ୍ତି। ଅନ୍ବେଷଙ୍କ ପିତା ମାନସ ରଞ୍ଜନ ପ୍ରଧାନ ସମ୍ବଲପୁର ଏସବିଆଇରେ ଏଜିଏମ୍‌ ଓ ମା’ ଝରଣା ପ୍ରଧାନ ଗୃହିଣୀ ଅଟନ୍ତି। ଜଣେ ମେଧାବୀ ଛାତ୍ର ଭାବେ ଅନ୍ବେଷ ୫୭୦ରୁ ଅଧିକ ପୁରସ୍କାର ଓ ସମ୍ମାନ ପାଇ ସାରିଛନ୍ତି। ଆଗକୁ ଆଇଆଇଟିରେ ପଢ଼ିବା ସହ ଗବେଷଣା କରିବାକୁ ଲକ୍ଷ୍ୟ ରଖିଛନ୍ତି।

ଏବେ ଆନ୍ତର୍ଜାତୀୟ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପ୍ରତିନିଧିତ୍ବ କରିବାକୁ ପ୍ରସ୍ତୁତି ଚଳାଇଥିବା ସେ କହିଛନ୍ତି। ଗୋଟିଏ ପରେ ଗୋଟିଏ ସଫଳତା ପାଇ ଚାଲିଥିବା ଅନ୍ବେଷ ସିଙ୍ଗାପୁର ଓ ଏସିଆନ୍‌ ସ୍କୁଲ ମ୍ୟାଥ୍‌ ଅଲମ୍ପ୍ୟାଡ୍‌ରେ ୩ଟି ଗୋଲ୍‌ଡ ମେଡାଲ ପାଇଛନ୍ତି। ତାଙ୍କର ଏହି ସଫଳତା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି। କଳା ଓ ସଂସ୍କୃତି, ନବସୃଜନ ବା ଇନୋଭେସନ, ଶିକ୍ଷାଗତ ସଫଳତା, କ୍ରୀଡ଼ା, ସାହସିକତା ଓ ସାମାଜସେବା ବର୍ଗରେ ଦେଶର ୩୨ଜଣ କୁନି ପ୍ରତିଭାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରସ୍କୃତ କରିବା ସହ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆଳାପ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନା ସମୟରେ ହାତ ଧୋଇବା ଭଳି ଅଭିଯାନ ଶିଶୁମାନେ କରିଥିବା ଯୋଗୁଁ ଲୋକେ ଏହାକୁ ଗ୍ରହଣ କରିଥିଲେ। ଅବିଶ୍ରାନ୍ତ ଭାବେ ପରିଶ୍ରମ ଦ୍ୱାରା ଜୀବନରେ ଭଲ ଫଳ ମିଳିପାରିବ ବୋଲି ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe