ଅଲୋଡ଼ା ଅବସ୍ଥାରେ ପ୍ରାଚୀନ ହବିଷ୍ୟାଳି ମନ୍ଦିର

Advertisment
ଅଲୋଡ଼ା ଅବସ୍ଥାରେ ପ୍ରାଚୀନ ହବିଷ୍ୟାଳି ମନ୍ଦିର

ପୁରୁଣା ଭୁବନେଶ୍ୱର: ମହାକାର୍ତ୍ତିକ ମାସରେ ଏକାମ୍ର କ୍ଷେତ୍ରକୁ ହିବଷ୍ୟାଳିଙ୍କ ଆସିବା କାହିଁ କେଉଁକାଳରୁ ଚାଲିଛି। ମାସ ସାରା ହବିଷ୍ୟାଳିମାନଙ୍କ ପୂଜାର୍ଚ୍ଚନା ଓ ଭଜନ କୀର୍ତ୍ତନରେ ଏକାମ୍ର କ୍ଷେତ୍ର ଉଛୁଳି ପଡ଼ୁଛି। କିନ୍ତୁ ପ୍ରାଚୀନ ହବିଷ୍ୟାଳି ମନ୍ଦିର ଦୀର୍ଘ ବର୍ଷ ହେଲା ଅଲୋଡ଼ା ହୋଇପଡ଼ିଛି। ପ୍ରାୟ ୫୦ ବର୍ଷ ପୂର୍ବେ ଯେଉଁ ମନ୍ଦିର ବେଢ଼ାରେ ହବିଷ୍ୟାଳିମାନଙ୍କ ଭିଡ଼ ଜମୁଥିଲା ଏବଂ ପୂଜାର୍ଚ୍ଚନା କୋଳାହଳରେ ଯେଉଁ ମନ୍ଦିର ପରିସର ସକାଳୁ ସଂଜ ଯାଏ ପଡ଼ୁଥିଲା ଉଠୁଥିଲା, ଆଜି ସେହି ମନ୍ଦିର ସହରର ଆବର୍ଜନା ଭିତରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି। ଦିନେ ଯେଉଁଠି ସଂଜସଳିତା ଜଳୁଥିଲା, ଆଜି ସେଠି ଘନ ଅନ୍ଧାର ରାଜୁତି କରୁଛି। ଯେଉଁଠୁ ପୂଜାର୍ଚ୍ଚନାର ମହମହ ବାସ୍ନା ଭାସିଆସୁଥିଲା, ସେଠି ଆଜି ଆବର୍ଜନାର ଦୁର୍ଗନ୍ଧ ନାକ ଫଟାଉଛି।

ସୂଚନାଯୋଗ୍ୟ ଯେ ଶ୍ରୀଲିଙ୍ଗରାଜ ମନ୍ଦିରଠାରୁ ମାତ୍ର ଶହେ ମିଟର ଦୂରରେ ରହିଛି ଏହି ପ୍ରାଚୀନ କାରୁକାର୍ଯ୍ୟପୂର୍ଣ୍ଣ ହବିଷ୍ୟାଳି ମନ୍ଦିର। ହାଟସାହି ଦେଇ କପିଳେଶ୍ୱର ଆଡ଼କୁ ଯିବା ରାସ୍ତାର ଦକ୍ଷିଣ ପାର୍ଶ୍ବରେ ପଡ଼େ ଏହି ମନ୍ଦିର। ଏହାର କାରୁକାର୍ଯ୍ୟ ବହୁ ପୁରୁଣା। ଏହି ମନ୍ଦିରରେ ରହିଛି ଦୁଇଟି ଶିବଲିଙ୍ଗ। ଏବେ ଅପୂଜା ହୋଇପଡ଼ିଛନ୍ତି। ବୟସ୍କ ବ୍ୟକ୍ତି ଅରକ୍ଷିତ ସାହୁଙ୍କ କହିବା କଥା ୫୦ ବର୍ଷ ପୂର୍ବେ ଆଖପାଖ ଅଞ୍ଚଳର ବୃଦ୍ଧାମାନେ ଏଠାରେ ହବିଷ ପୂଜା କରୁଥିଲେ। କାର୍ତ୍ତିକ ମାସର ସବୁଦିନ ସକାଳେ ଶତାଧିକ ହବିଷ୍ୟାଳି ଏଠାରେ ଏକାଠି ହୋଇ ପୂଜା କରୁଥିଲେ।

ଏଠାରେ ଥିବା ଚଉରା ମୂଳେ ମୂରୁଜ ପକାଇ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ରାଧାକୃଷ୍ଣ, ଗରୁଡ଼ ଆଦି ଚିତ୍ର ଆଙ୍କି ପୂଜା କରିବା ସହ ମନ୍ଦିରରେ ଥିବା ଶିବ ଲିଙ୍ଗକୁ ପୂଜୁଥିଲେ। ୧୯୭୬ ମସିହାରେ ରାସ୍ତା ଚଉଡ଼ା ଯୋଜନା କାରଣରୁ ମନ୍ଦିରଟି ଅଲୋଡ଼ା ହୋଇଗଲା। ସେହିଦିନରୁ ଏହା ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ରକ୍ଷଣାବେକ୍ଷଣ ଅଭାବରୁ ମନ୍ଦିର ଦୁଇଟିର ଅଧା ଅଂଶ ନଷ୍ଟ ହୋଇଗଲାଣି। ଏଥିସହ ଗୁଳ୍ମଲତା ଓ ବିଦ୍ୟୁତ୍ ଟ୍ରାନ୍ସଫରମର୍ ଯୋଗୁଁ ମନ୍ଦିର ଲୁଚିଯାଇଛି। ପରିତାପର କଥା କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗ କିମ୍ବା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଏହାର ପୁନରୁଦ୍ଧାର ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe