ପୁଣି ଟ୍ରେଡିଂ ଆପ୍‌ ଠକେଇ: ୨କୋଟି ୪୩ଲକ୍ଷର ଥୋପରେ ୭୩ଲକ୍ଷର ଚୂନ

Advertisment

ଟ୍ରେଡିଂ ଆପ୍‌ ଠକେଇ ହ୍ରାସ ପାଇବା ନାଁ ନେଉନାହିଁ। ରାଜଧାନୀରୁ ପୁଣି ଏକ ବଡ଼ଧରଣର ଠକେଇ ଅଭିଯୋଗ ଆସିଛି। ୨କୋଟି ୪୩ଲକ୍ଷ ଟଙ୍କାର ‌ଲାଭ ପାଇବାର ଥୋପ ଦେଖାଇ ସାଇବର ଠକ ରୢାକେଟ୍‌ ଜଣେ ବ୍ୟବସାୟୀଙ୍କୁ ୭୩ ଲକ୍ଷ ଟଙ୍କାର ଚୂନ ଲଗାଇଛନ୍ତି।

ଟ୍ରେଡିଂ ଆପ୍‌ ଠକେଇ ହ୍ରାସ ପାଇବା ନାଁ ନେଉନାହିଁ। ରାଜଧାନୀରୁ ପୁଣି ଏକ ବଡ଼ଧରଣର ଠକେଇ ଅଭିଯୋଗ ଆସିଛି। ୨କୋଟି ୪୩ଲକ୍ଷ ଟଙ୍କାର ‌ଲାଭ ପାଇବାର ଥୋପ ଦେଖାଇ ସାଇବର ଠକ ରୢାକେଟ୍‌ ଜଣେ ବ୍ୟବସାୟୀଙ୍କୁ ୭୩ ଲକ୍ଷ ଟଙ୍କାର ଚୂନ ଲଗାଇଛନ୍ତି।

fsfshsfhfsh

ଭୁବନେଶ୍ବର: ଟ୍ରେଡିଂ ଆପ୍‌ ଠକେଇ ହ୍ରାସ ପାଇବା ନାଁ ନେଉନାହିଁ। ରାଜଧାନୀରୁ ପୁଣି ଏକ ବଡ଼ଧରଣର ଠକେଇ ଅଭିଯୋଗ ଆସିଛି। ୨କୋଟି ୪୩ଲକ୍ଷ ଟଙ୍କାର ‌ଲାଭ ପାଇବାର ଥୋପ ଦେଖାଇ ସାଇବର ଠକ ରୢାକେଟ୍‌ ଜଣେ ବ୍ୟବସାୟୀଙ୍କୁ ୭୩ ଲକ୍ଷ ଟଙ୍କାର ଚୂନ ଲଗାଇଛନ୍ତି। ଠକାମିର ଶିକାର ହୋଇଥିବା ବ୍ୟବସାୟୀ ଏବେ କ୍ରାଇମ୍‌ବ୍ରାଞ୍ଚ୍‌ ସାଇବର ୟୁନିଟ୍‌ର ଦ୍ବାରସ୍ଥ ହୋଇଛନ୍ତି। 

କେନ୍ଦ୍ରାପଡ଼ା ଜିଲ୍ଲାର ବାସିନ୍ଦା ଏହି ବ୍ୟବସାୟୀ ଆକ୍ବାଟିକ୍‌ ମେଡିସିନ୍‌ କାରବାର କରନ୍ତି। ପୁଞ୍ଜିନିବେଶ କରି ଅଧିକ ଲାଭ ପାଇବାକୁ ସେ ଟ୍ରେଡିଂ ଆପ୍‌ରେ ମୁଣ୍ଡ ପୂରାଇଥିଲେ। ଏକଦା ତାଙ୍କ ହ୍ବାଟ୍‌ସ୍‌ଆପ୍‌ରେ ଏକ ଟ୍ରେଡିଂ ଆପ୍‌ ଲିଙ୍କ୍‌ ଦେଖି ସେ ସେଥିରେ ଯୋଡ଼ିହୋଇଥିଲେ। ଏସ୍‌ବିଆଇ ସିକ୍ୟୁରିଟିଜ୍‌ ନାମକ ଟ୍ରେଡିଂ ଆପ୍‌କୁ ସେ ବିଶ୍ବାସକୁ ନେଇ ପ୍ରଥମେ ୨ ଲକ୍ଷ ଟଙ୍କା ବିନିଯୋଗ କରିଥିଲେ। ମାତ୍ର ଦିନକ ପରେ ତାଙ୍କ ୱାଲେଟ୍‌ରେ ୬ଲକ୍ଷ ଜମା ହୋଇଯାଇଥିଲା। ମାତ୍ର ଦିନକ ଭିତରେ ପାଖାପାଖି ୩୦୦% ବୃଦ୍ଧି ଦେଖି ସେ ଜଳକା ହୋଇଯାଇଥିଲେ। ଏତିକିବେଳେ ଗ୍ରୁପ୍‌ର ଆଡ୍‌ମିନି ତାଙ୍କୁ ଆଇପିଓରେ ୨୬ଲକ୍ଷ ଟଙ୍କା ବିନିଯୋଗ କରିବାକୁ ପ୍ରବର୍ତ୍ତାଇ ଥିଲେ। ଏହାଫଳରେ ତାଙ୍କ ସିବିଲ୍ ଭଲ ହେବ ଏବଂ ଖୁବ୍‌ ଶୀଘ୍ର ତାଙ୍କୁ ୬୦ଲକ୍ଷ ମିଳିଯିବ ବୋଲି କୁହାଯାଇଥିଲା। ଲୋଭରେ ବ୍ୟବସାୟୀ ସେୟା କଲେ ଏବଂ ସତକୁ ସତ ତାଙ୍କ ୱାଲେଟ୍‌ରେ ୬୦ ଲକ୍ଷ ଟଙ୍କା ଜମା ହୋଇଗଲା।

ଏହାପରେ ଗ୍ରୁପ୍‌ରୁ ତାଙ୍କୁ ପୁଣି ୪୫ ଲକ୍ଷ ଟଙ୍କା ଜମା କରିବାକୁ କୁହାଗଲା ଏବଂ ମାସକ ଭିତରେ ୨କୋଟି ୪୩ ଲକ୍ଷ ମିଳିବ ବୋଲି ଲୋଭ ଦେଖାଇଦିଆଗଲା। ଏଥର ବ୍ୟବସାୟୀଜଣକ ଧାରକରଜ କରି ୪୫ ଲକ୍ଷ ଜମା କରିଦେଲେ। ମାସକ ପରେ ତାଙ୍କ ୱାଲେଟ୍‌ରେ ୨କୋଟି ୪୩ ଲକ୍ଷ ଜମା ହୋଇଥିବା ଦେଖି ବ୍ୟବସାୟୀ ଟଙ୍କା ଉଠାଇବାକୁ ବାହାରିଲେ। ଏଥର ଗ୍ରୁପ୍‌ ଆଡ୍‌ମିନି ତାଙ୍କୁ ଟିକସ ବାବଦରେ ୨୩ ଲକ୍ଷ ଟଙ୍କା ଜମା କରିବାକୁ କହିଲେ। ମାତ୍ର ବ୍ୟବସାୟୀଙ୍କ ପାଇଁ ଏହି ଟଙ୍କା ଯୋଗାଡ଼ କରିବା ଆଉ ସମ୍ଭବ ହୋଇନଥିଲା। ତଥାପି ସେ ଟଙ୍କା ଯୋଗାଡ଼ କରିବାକୁ ଲାଗିଥିବା ବେଳେ ହଠାତ୍ ଦେଖିଲେ ଯେ ତାଙ୍କ ମୋବାଇଲ୍‌ରେ ଆଉ ସେହି ଆପ୍‌ ଦେଖାଯାଉନାହିଁ। ଏଥର ସେ ଠକାମିର ଶିକାର ହୋଇଥିବା ବୁଝିପାରିଥିଲେ। ମାତ୍ର ସେତେବେଳକୁ ନେଡ଼ି ଗୁଡ଼ କହୁଣୀରେ ପହଞ୍ଚିସାରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe