ବିଏମସିର ପରିମଳ ବ୍ୟବସ୍ଥା ବୁଲି ଦେଖିଲେ ଆନ୍ଧ୍ର ପ୍ରତିନିଧି ଦଳ

ସ୍ୱଚ୍ଛ ରୢାଙ୍କିଙ୍ଗ୍‌ରେ ଦେଶର ସର୍ବଶ୍ରେଷ୍ଠ ୧୦ ସହର ଭିତରେ ସ୍ଥାନ ପାଇବା ପରେ ଭୁବନେଶ୍ୱର ଏବେ ଦେଶର ବିଭିନ୍ନ ରାଜ୍ୟର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆଜି ଆନ୍ଧ୍ରପ୍ରଦେଶର ୬ଜଣିଆ ପ୍ରତିନିଧି ଦଳ ଭୁବନେଶ୍ୱର ସହର ବୁଲିବା ସହ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର....

fshfhxbvb

ଭୁବନେଶ୍ୱର: ସ୍ୱଚ୍ଛ ରୢାଙ୍କିଙ୍ଗ୍‌ରେ ଦେଶର ସର୍ବଶ୍ରେଷ୍ଠ ୧୦ ସହର ଭିତରେ ସ୍ଥାନ ପାଇବା ପରେ ଭୁବନେଶ୍ୱର ଏବେ ଦେଶର ବିଭିନ୍ନ ରାଜ୍ୟର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆଜି ଆନ୍ଧ୍ରପ୍ରଦେଶର ୬ଜଣିଆ ପ୍ରତିନିଧି ଦଳ ଭୁବନେଶ୍ୱର ସହର ବୁଲିବା ସହ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର ଅତ୍ୟାଧୁନିକ ବର୍ଜ୍ୟ ପରିଚାଳନା ପଦ୍ଧତି ବୁଲି ଦେଖିଛନ୍ତି। ଆନ୍ଧ୍ରପ୍ରଦେଶ ପୌରପାଳିକା ପ୍ରଶାସନର ଏହି ପ୍ରତିନିଧି ଦଳ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ପ୍ରତିନିଧି ଦଳରେ କୁରନୁଲ ମହାନଗର ନିଗମର କମିସନର ପି. ବିଶ୍ୱନାଥଙ୍କ ସମେତ ପିଭିଏସଏନ୍ ପ୍ରସାଦ, ଏଏସଏନ୍ ପ୍ରସାଦ, ସାମିଉଲ୍ଲା ପ୍ରମୁଖ ପ୍ରଶାସନିକ ଅଧିକାରୀ ରହିଛନ୍ତି। 

ଏହି ପ୍ରତିନିଧି ଦଳ ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ବିଏମ୍‌ସି ପକ୍ଷରୁ ମୁଖ୍ୟାଳୟଠାରେ କମିସନର ଚଞ୍ଚଳ ରାଣା, ଅତିରିକ୍ତ କମିସନର କୈଳାସ ଚନ୍ଦ୍ର ଦାସ, ଡେପୁଟି କମିସନର(ପରିମଳ) ଏନ. ଗଣେଶ ବାବୁ ପ୍ରମୁଖ ସ୍ୱାଗତ ଜଣାଇଥିଲେ। ପରେ ସମ୍ମିଳନୀ କକ୍ଷରେ ଡେପୁଟି କମିସନର ଶ୍ରୀ ବାବୁ ପାୱାର ପଏଣ୍ଟ ଜରିଆରେ ବର୍ଜ୍ୟ ପରିଚାଳନା ସଂପର୍କରେ ଅଧିକାରୀଙ୍କୁ ପୁଙ୍ଖାନୁପୁଙ୍ଖ ବୁଝାଇଥିଲେ। ପରେ ପ୍ରତିନିଧି ଦଳ ଲୋକଙ୍କ ଘରୁ ଅଲଗା ଅଲଗା ହୋଇ ଆସୁଥିବା ଓଦା ଓ ଶୁଖିଲା ବର୍ଜ୍ୟ ସଂଗ୍ରହ ଓ ପ୍ରକ୍ରିୟାକରଣ ପଦ୍ଧତି, ସାମଗ୍ରୀ ପୁନରୁଦ୍ଧାର ପଦ୍ଧତି, ମଳ ପରିଚାଳନା ପଦ୍ଧତି ଆଦି ବୁଲି ଦେଖିଥିଲେ। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ହେଉଥିବା ଆବର୍ଜନା ପ୍ରକ୍ରିୟାକରଣ ପ୍ରଣାଳୀକୁ ପ୍ରଶଂସା କରିଥିଲେ।ଆନ୍ଧ୍ର ପ୍ରଦେଶରୁ ଆସିଥିବା ଏହି ପ୍ରତିନିଧି ଦଳ ଶୁକ୍ରବାର ଢେଙ୍କାନାଳ ପୌରପାଳିକାରେ ହେଉଥିବା ବିଭିନ୍ନ ପରିମଳ କାର୍ଯ୍ୟ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe