ଅଙ୍ଗନବାଡ଼ି କର୍ମୀଙ୍କ ଆତ୍ମହତ୍ୟା ଉଦ୍ୟମ

ଅଙ୍ଗନବାଡ଼ି କର୍ମୀଙ୍କ ଆତ୍ମହତ୍ୟ‌ା ଉଦ୍ୟମ ପ୍ରସଙ୍ଗ: ଥାନାକୁ ଗଲା ମାମଲା, ଶାସକ ଦଳର ଗୋଷ୍ଠୀ କନ୍ଦଳ ଆଡ଼କୁ ଇଙ୍ଗିତ

ଭୁବନେଶ୍ବର: ଜଣେ ନାରୀନେତ୍ରୀଙ୍କ ବଟି ଧମକରେ ଅତିଷ୍ଠ ହୋଇ ଆଜି ରାଜଧାନୀରେ ଜଣେ ଅଙ୍ଗନାବଡ଼ି କର୍ମୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ୟୁନିଟ୍‌-୯ ଗୋପବନ୍ଧୁ ସ୍କୁଲ ପରିସରସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ରରେ ଛତୁଆ ଓ ଅଣ୍ଡା ବଣ୍ଟନ ଚାଲିଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି। ସମ୍ପୃକ୍ତ ଅଙ୍ଗନବାଡ଼ି କର୍ମୀ ହେଲେ ଆରତି ମହାପାତ୍ର। ନିଦ ବଟିକା ଖାଇବା ସହ ବେକରେ ଶାଢ଼ି ବାନ୍ଧି ଫ୍ୟାନ୍‌ରେ ଝୁଲି ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।

ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଥିବାବେଳେ ଆରତି କେବଳ ନାରୀନେତ୍ରୀଙ୍କ ବଟି ମାଗିବା ନେଇ ଅଭିଯୋଗ କରୁଛନ୍ତି। କିନ୍ତୁ ଏ ନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ। ଆରତିଙ୍କ ସ୍ବାମୀ ଜିତେନ୍ଦ୍ରଙ୍କ ସୂଚନାନୁସାରେ ଆରତି ଦୀର୍ଘ ୩ ବର୍ଷ ହେଲା ଏହି କେନ୍ଦ୍ରରେ କାମ କରୁଛନ୍ତି। ତାଙ୍କୁ ଇପ୍‌ସିତା ନାମକ ଜଣେ ଯୁବତୀ ମାସକୁ ମାସ ୧୦ ହଜାର ଟଙ୍କା ଓ ପେଟିଏ ଲେଖାଏଁ ଅଣ୍ଡା ଦେବାକୁ ଧମକ ଦେଇ ଆସୁଥିଲେ। ଏହି ବଟି ନ ଦେଲେ ତାଙ୍କ ବିଭିନ୍ନ ରାସ୍ତାରେ ହଇରାଣ କରାଯିବ ବୋଲି ଚେତାବନୀ ଦେଉଥିଲେ। ଆଜି ମଧ୍ୟ ସେ କେନ୍ଦ୍ରରେ ଅଣ୍ଡା ଓ ଛତୁଆ ବଣ୍ଟନ ଚାଲିଥିବାବେଳେ ସେଠାରେ ପହଞ୍ଚି ‌ଉତ୍ପାତ କରିଥିଲେ। ପରିସ୍ଥିତି ଅସମ୍ଭାଳ ହେବାରୁ ଆରତି ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe