୫ ଦଫା ଦାବି ନେଇ ଅଙ୍ଗନବାଡ଼ି କର୍ମୀଙ୍କ ବିକ୍ଷୋଭ

Advertisment
୫ ଦଫା ଦାବି ନେଇ ଅଙ୍ଗନବାଡ଼ି କର୍ମୀଙ୍କ ବିକ୍ଷୋଭ

ଭୁବନେଶ୍ୱର : ପାଞ୍ଚ ଦଫା ଦାବି ନେଇ ଆଜି ଅଙ୍ଗନବାଡ଼ି କର୍ମୀ, ମିନି କର୍ମୀ ଓ ସହାୟିକା ସଂଗଠନ ପକ୍ଷରୁ ଲୋୟର ପିଏମ୍‌ଜି ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଘର ହଜାର ହଜାର କର୍ମୀ ମାଷ୍ଟରକ୍ୟାଣ୍ଟିନରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍‌ଜିରେ ପହଞ୍ଚି ଥିଲେ। ସେଠାରେ ନାରାବାଜି କରିବା ସହ ଧାରଣାରେ ବସି ରହିଥିଲେ।

ଏହାପରେ ସର୍ବନିମ୍ନ ଭତ୍ତା ମାସିକ ୧୮ ହଜାର ଟଙ୍କା , ସର୍ବନିମ୍ନ ପେନସନ୍‌ ୩ ହଜାର ଟଙ୍କା ଏବଂ ଘରୋଇକରଣ ବନ୍ଦ ଆଦି ୫ ଦଫା ସମ୍ବଳିତ ଦାବିପତ୍ର ରାଜ୍ୟପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପସ୍ଥାପନ କରିଥିଲେ। ସେହିଭଳି ଗତ ଅକ୍ଟୋବର ୧୭ରେ ସରକାର ସହମତି ହୋଇଥିବା ବିଷୟ ଉପରେ ତୁରନ୍ତ ନିର୍ଦ୍ଦେଶନାମା ପ୍ରଦାନ, କେନ୍ଦ୍ର ସରକାରଙ୍କ ସୁପାରିସ୍‌ ଅନୁସାରେ ଏଏନ୍‌ଏମ୍‌ ପଦବିକୁ ପଦୋନ୍ନତି, ପ୍ରାଥମିକ ଶିକ୍ଷକ ଓ ଅନ୍ୟାନ୍ୟ ଗ୍ରାମ୍ୟସ୍ତରୀୟ ସରକାରୀ ପଦବିକୁ ପଦୋନ୍ନତି ପାଇଁ କୋଟା ଧାର୍ଯ୍ୟ ଇତ୍ୟାଦି ବିଷୟରେ ଓଡ଼ିଶାର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ।

ଅଙ୍ଗନବାଡ଼ି କର୍ମଚାରୀ ୟୁନିୟନ୍‌ ସଂଯୁକ୍ତ ମୋର୍ଚ୍ଚାର ଆବାହକ ବିଜୟ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବିକ୍ଷୋଭ ସମାବେଶରେ ଆଶିଷ କାନୁନଗୋ, ସୌରୀବନ୍ଧୁ କର, ଲମ୍ବୋଦର ନାୟକ, ନିଖିଳ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ସଂଘର ସାଧାରଣ ସମ୍ପାଦିକା ହରପ୍ରିୟା ସ୍ୱାଇଁ, ପ୍ରତିଭା ପାଲ ପ୍ରମୁଖ ନେତୃତ୍ୱ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe