ଅଙ୍କୁର୍‌ ଫାଉଣ୍ଡେସନ୍‌ର ଶିଶୁ ଦିବସ

Advertisment
ଅଙ୍କୁର୍‌ ଫାଉଣ୍ଡେସନ୍‌ର ଶିଶୁ ଦିବସ

ଭୁବନେଶ୍ବର: ଅଙ୍କୁର୍‌ ଫାଉଣ୍ଡେସନ୍‌ ପକ୍ଷରୁ ଆଇଆର୍‌ସି ଭିଲେଜସ୍ଥିତ ଏନ୍‌-୧ ମାଧ୍ୟମିକ ବିଦ୍ୟାଳୟରେ ‘ଶିଶୁଙ୍କ ସହ ଦିନଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ଦାସଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିଶୁମାନଙ୍କୁ ଖୁସିର ବାର୍ତ୍ତା ବାଣ୍ଟିବା ଏହି କାର୍ଯ୍ୟକ୍ରମର ଲକ୍ଷ ଥିଲା।

କାର୍ଯ୍ୟକ୍ରମରେ ଚିନ୍ମୟୀ ପଣ୍ଡା ପିଲାମାନଙ୍କୁ ଆଇ ମା’ କାହାଣୀ କହି ଉତ୍ସାହିତ କରିଥିଲେ। ଏହି ଅବସରରେ ବିଶିଷ୍ଟ ଗାୟିକା ଅନିନ୍ଦିତା ଦାସଙ୍କ ବେଲୁନ୍ ବାଲା ଗୀତରେ ପିଲାମାନେ ନାଚିଥିଲେ। କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ଶେଷରେ ପିଲାମାନଙ୍କୁ ଚକଲେଟ୍‌ ଓ ଉପହାର ବଣ୍ଟନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe