ଅଙ୍କୁର୍‌ ପବ୍ଲିକ୍‌ ସ୍କୁଲର ୧୭ତମ ବାର୍ଷିକ ଉତ୍ସବ

ଅଙ୍କୁର୍‌ ପବ୍ଲିକ୍‌ ସ୍କୁଲର ୧୭ତମ ବାର୍ଷିକ ଉତ୍ସବ

ଭୁବନେଶ୍ୱର: ଆଇ.ଆର୍‌.ସି ଭିଲେଜ ସ୍ଥିିତ ଅଙ୍କୁର୍‌ ପବ୍ଲିକ୍‌ ସ୍କୁଲର ୧୭ତମ ବାର୍ଷିକ ଉତ୍ସବ ସ୍ଥାନୀୟ ଜୟଦେବ ଭବନଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଣଶିକ୍ଷା ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର , ମୁଖ୍ୟବକ୍ତା ଭାବେ ପ୍ରଶାସନିକ ଅଧିକାରୀ ପ୍ରଦୀପ ବିଶ୍ୱାଳ ଏବଂ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ସୁଲତା ଦେଓ ଓ ଶିଶୁ ସାହିତ୍ୟିକ ବିଦ୍ୟୁତ୍‌ପ୍ରଭା ଗନ୍ତାୟତ ଯୋଗ ଦେଇଥିଲେ। ଏହି ସମାରୋହରେ ଶିଶୁ ସାହିତ୍ୟିକ ଶରତ କୁମାର ନାୟକଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷା ଚିନ୍ମୟ ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିଲେ। ଆଜି ସ୍କୁଲର ନୂତନ ଲୋଗ ଓ ପୁସ୍ତକ ଉନ୍ମୋଚନ କରାଯାଇଥିଲା। ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନୃତ୍ୟ ଓ ସଂଗୀତ ପରିବେଷଣ କରାଯାଇଥିବା ବେଳେ ଶ୍ରୀମତି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe