ମହିଳାଙ୍କ ସହଭାଗିତା ବିନା ଦୃଢ଼ ଶାସନ ବ୍ୟବସ୍ଥା ଅସମ୍ଭବ

Advertisment

ଅନ୍ନପୂର୍ଣ୍ଣା ମହାରଣାଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ

ଅନ୍ନପୂର୍ଣ୍ଣା ମହାରଣାଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ

ମହିଳାଙ୍କ ସହଭାଗିତା ବିନା ଦୃଢ଼ ଶାସନ ବ୍ୟବସ୍ଥା ଅସମ୍ଭବ

ଭୁବନେଶ୍ୱର: ପୁରୁଷ ଓ ମହିଳା ଗୋଟିଏ ସାଇକେଲର ଦୁଇ ଚକ ସଦୃଶ। ଗୋଟିଏ ଚକରେ ସାଇକେଲ ଯେପରି ଗଡ଼ିବା ଅସମ୍ଭବ, ଠିକ୍‌ ସେମିିତି ମହିଳାଙ୍କ ସହଭାଗିତା ବିନା ସମାଜ, ଦେଶର ଶାସନ ଚଳାଇବା ଅସମ୍ଭବ । ଗଣତାନ୍ତ୍ରିକ ପ୍ରକ୍ରିୟାରେ ମହିଳା ଓ ପୁରୁଷଙ୍କୁ ସମାନ ଅଧିକାର ମିଳିବା ଦରକାର। ନଚେତ ଏକ ଦୃଢ଼ ଶାସନ ବ୍ୟବସ୍ଥା ପ୍ରଚଳନ ହୋଇପାରିବ ନାହିଁ। ପଞ୍ଚାୟତିରାଜ ଶାସନ ବ୍ୟବସ୍ଥା ଭଳି ବିଧାନସଭା ଓ ସଂସଦୀୟ ନିର୍ବାଚନରେ ମହିଳାଙ୍କ ପାଇଁ ଆସନ ସଂରକ୍ଷଣ ବ୍ୟବସ୍ଥା କରାଯାଉ। କିନ୍ତୁ ଏହି ସଂରକ୍ଷଣର ଫାଇଦା ଯେପରି ଆର୍ଥିକ ସ୍ୱଚ୍ଛଳ ବର୍ଗ ବ୍ୟକ୍ତି, ବିଶିଷ୍ଟ ନେତାନେତ୍ରୀଙ୍କ ଉତ୍ତରାଧିକାରୀଙ୍କ ପରି ସମାଜର ବରେଣ୍ୟ ଗୋଷ୍ଠୀ ନ ଉଠାନ୍ତି ସେଥିପାଇଁ ବ୍ୟବସ୍ଥା କରାଯିବା ଦରକାର। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଅନ୍ନପୂର୍ଣ୍ଣା ମହାରଣାଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ଅବସରରେ ଏପରି ମତ ପ୍ରକାଶ ପାଇଛି।

ପୂଜ୍ୟପୂଜା ପରିଷଦ, ଜୟକିରଣ ଟ୍ରଷ୍ଟ ଓ ବିନୋବା ସେବା ପ୍ରତିଷ୍ଠାନ ପକ୍ଷରୁ ବୁଦ୍ଧ ମନ୍ଦିର ପରିସରରେ ବିଶିଷ୍ଟ ମାନବାଧିକାର କର୍ମୀ ମନୋଜ ଜେନାଙ୍କ ଅଧ୍ୟକ୍ଷତାରେ ‘୩୩ ଶତକଡ଼ା ମହିଳା ଆରକ୍ଷଣ କେତେ ଯୁକ୍ତିଯୁକ୍ତ’? ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଆଲୋଚକ ଭାବେ ସିପିଆଇ(ଏମ୍‌) ନେତ୍ରୀ ତାପସୀ ପ୍ରହରାଜ, ସିପିଆଇ ନେତ୍ରୀ ପ୍ରମୋଦିନୀ ପାଇକରାୟ, ବିଜେଡି ନେତ୍ରୀ ସୁଲତା ଦେଓ, ସମାଜବାଦୀ ପାର୍ଟି ନେତ୍ରୀ ନିରୁପମା ଦାସ, ବିଜେପି ନେତ୍ରୀ ସୁରମା ପାଢ଼ୀ, ମହିଳା ଅଧିକାର ଅଭିଯାନର ଉପାଧ୍ୟକ୍ଷା ଡ. ରୀନା ରାଉତରାୟ, ସୁମିତ୍ରା ଜେନା, ନିଶା ନିବାରଣ ଅଭିଯାନର ପୁରୋଧା ପଦ୍ମଚରଣ ନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ପୂଜ୍ୟପୂଜା ପ୍ରତିଭା ପରିଷଦର ଆବାହକ ପଦ୍ମାକର ଗୁରୁ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଇଂ ଲକ୍ଷ୍ମୀକାନ୍ତ ରଥ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe