ନିର୍ମାଲ୍ୟ ବରିଷ୍ଠ ନାଗରିକ ସଂଘର ବାର୍ଷିକ ଉତ୍ସବ

Advertisment
ନିର୍ମାଲ୍ୟ ବରିଷ୍ଠ ନାଗରିକ ସଂଘର ବାର୍ଷିକ ଉତ୍ସବ

ଭୁବନେଶ୍ବର: ନିର୍ମାଲ୍ୟ ବରିଷ୍ଠ ନା‌ଗରିକ ସଂଘର ୭ମ ବାର୍ଷିକ ଉତ୍ସବ କେଶୁରାସ୍ଥିତ ଦାଦୀ ଉପବନରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଭୁବନେଶ୍ବରର ପ୍ରାୟ ୨୫ଟି ବରିଷ୍ଠ ନାଗରିକ ସଂଘର ପ୍ରତିନିଧିମାନେ ଯୋଗ ଦେଇଥିଲେ। ସଂଘ ସଭାପତି ରମାକାନ୍ତ ମହା‌ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘର ସଭାପତି ମଧୁମା‌ଧବ ଜେନା, ‘ପ୍ରମେୟ’ ଦୈନିକ ଖବର କାଗଜର ଡିଜିଏମ୍ ଗଜେନ୍ଦ୍ର ଦାସ, ପୁଲିସ୍‌ ଏସିପି ସଞ୍ଜୀବ ଶତପଥୀ, ପ୍ରତିଭା ମହାରଥୀ, ସନ୍‌ସାଇନ୍‌ ହସ୍ପିଟାଲର ସ୍ନାୟୁରୋଗ ବିଶେଷଜ୍ଞ ଆତ୍ମରଞ୍ଜନ ଦାଶ ଓ ଡା. ଚନ୍ଦନ ପଣ୍ଡା ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ।

ମୁଖ୍ୟ ଅତିଥି ବି.କେ ଗୀତା ରାଜଯୋଗ ବିଷୟରେ ଆଲୋଚନା କରିଥିଲେ। ଏହି ଅବସରରେ ବରିଷ୍ଠ ନ‌ାଗରିକଙ୍କ ଭତ୍ତ‌ା ଟଙ୍କା ବୃଦ୍ଧି ଓ ସ୍ବାସ୍ଥ୍ୟବୀମା ଯୋଜନ‌‌ା‌ ପ୍ରଦାନ, କରୋନା ସମୟରେ ବରିଷ୍ଠ ନାଗରିକଙ୍କ ପାଇଁ ପ୍ରତ୍ୟାହାର ହୋଇଥିବା ରେଳ ଯାତ୍ରା‌ରେ ସୁବିଧା ପୁନର୍ବାର ପ୍ରଦାନ ଭଳି ୧୪ଟି ସମସ୍ୟା ଉପରେ ଆଲୋକପାତ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଉତ୍ତମ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ‌‌‌ସେହିପରି ୮୦ ବର୍ଷରୁ ଊର୍ଦ୍ଧ୍ବ ବରିଷ୍ଠ ନାଗରିକ ଋଷିବର ପ୍ରଧାନଙ୍କ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ପାଦକ ଯୁଗଳ କିଶୋର ସାହୁ ବାର୍ଷିକ ବିବରଣୀ ପା‌ଠ କରିଥିଲେ। ଏହି ଅବସରରେ ଆଗାମୀ ୩ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe