ପୋଖରୀପୁଟ ପ୍ରାତଃ ଭ୍ରମଣକାରୀ ସଂଘର ବାର୍ଷିକ ଉତ୍ସବ

Advertisment
ପୋଖରୀପୁଟ ପ୍ରାତଃ ଭ୍ରମଣକାରୀ ସଂଘର ବାର୍ଷିକ ଉତ୍ସବ

ଭୁବନେଶ୍ୱର: ପୋଖରୀପୁଟସ୍ଥିତ ମଧୁସୂଦନ ପାର୍କର ପ୍ରାତଃ ଭ୍ରମଣକାରୀ ସଂଘର ଦଶମ ବାର୍ଷିକ ଉତ୍ସବ ଜାଗମରା ବିଶ୍ୱେଶ୍ୱର ମହାଦେବ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ନିର୍ମଳ ଚନ୍ଦ୍ର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ନରେନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜକୁ ଦିଗଦର୍ଶନ ଦେବାପାଇଁ ବରିଷ୍ଠ ନାଗରିକମାନଙ୍କୁ ପରାମର୍ଶ ଦେଇଥିଲେ। ମୁଖ୍ୟବକ୍ତା ବିଶିଷ୍ଟ ଯୋଗବିତ୍ ଗୋରେଖ ନାଥ ସାହୁ ସୁସ୍ଥ ଜୀବନ ଯାପନ ପାଇଁ ଯୋଗ ଓ ପ୍ରାଣାୟମର ଉପାଦେୟତା ଉପରେ ଆଲୋଚନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ବକ୍ତା ଭାବେ ସମାଜ ମଙ୍ଗଳ ବୋର୍ଡର ପ୍ରାକ୍ତନ ଅଧ୍ୟକ୍ଷା ନିବେଦିତା ନାୟକ, ସମ୍ମାନିତ ଅତିଥି ସମାଜସେବୀ ପ୍ରଫେସର ମୀନା ମହାରଣା, ଅତିଥି ନାଟ୍ୟକାର ସରୋଜ ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ। ବ୍ରହ୍ମା କୁମାରୀ ଅର୍ପିତା ସ୍ୱାଗତ ଭାଷଣ ଦେଇଥିବାବେଳେ ସମ୍ପାଦକ ଲକ୍ଷ୍ମୀ ନାରାୟଣ ପାଢ଼ୀ ବାର୍ଷିକ ବିବରଣୀ ପାଠ କରିଥିଲେ। ସଂଘର ଉପଦେଷ୍ଟା ପଠାଣି ବେହେରା ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ସଂଘର ସଭ୍ୟ ଭାସ୍କର ଚନ୍ଦ୍ର ମହାପାତ୍ର, ନିରଞ୍ଜନ ସେନାପତି, ଅଭୟ ମହାପାତ୍ର, ପ୍ରଶାନ୍ତ ନାୟକ ଓ ବଂଶୀଧର ପଣ୍ଡାଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ସହ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀ ଜଗନ୍ନାଥ ଯୋଗାଳୟର କର୍ମକର୍ତ୍ତାମାନେ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe