ଶ୍ରୀକ୍ରିଷ୍ଣା ଇଣ୍ଟରନ୍ୟାସନାଲ ସ୍କୁଲର ବାର୍ଷିକ ଉତ୍ସବ

ଶ୍ରୀକ୍ରିଷ୍ଣା ଇଣ୍ଟରନ୍ୟାସନାଲ ସ୍କୁଲର ବାର୍ଷିକ ଉତ୍ସବ

Justdial

ଖଣ୍ଡଗିରି: ମଳିପଡ଼ାସ୍ଥିତ ଶ୍ରୀକ୍ରିଷ୍ଣା ଇଣ୍ଟରନ୍ୟାସନାଲ ସ୍କୁଲର ବାର୍ଷିକ ଉତ୍ସବ ‘ସୂରଜ-୨୦୨୨’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି, ପୂର୍ବତନ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ, ଓଟିଡିସି ଅଧ୍ୟକ୍ଷ ଲେନିନ୍‌ ମହାନ୍ତି, ବଲିଉଡ୍‌ ଅଭିନେତ୍ରୀ ମୋନିକା ବେଦି ଓ ବିଦ୍ୟାଳୟର ସଭାପତି ପବିତ୍ର କୁମାର ରାଉତରାୟ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଅତିଥିମାନଙ୍କ ଦ୍ବାରା ପ୍ରଶାସନିକ କୋଠାର ଫଳକ ଉନ୍ମୋଚିତ ହୋଇଥିଲା।

ପରେ ଛାତ୍ରଛାତ୍ରୀଙ୍କ ଦ୍ବାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରିବେଷିତ ନାଟକ ‘ଯୁଗେ ଯୁଗେ ଜଗନ୍ନାଥ’‌ରେ ଛାତ୍ରଛାତ୍ରୀମାନଙ୍କ ନିଖୁଣ ଅଭିନୟ ଅତିଥି ଓ ଦର୍ଶକଙ୍କୁ ଅଭିଭୂତ କରିଥିଲା। ସେହିପରି ମୁମ୍ବାଇରୁ ଆସିଥିବା ଅର୍କେଷ୍ଟ୍ରା ଓ କଣ୍ଠଶିଳ୍ପୀ ବର୍ଣ୍ଣାଳୀ ହୋତା ସଂଗୀତ ପରିବେଷଣ କରି ମନୋରଂଜନର ଭରପୂର୍‌ ଖୋରାକ୍‌ ଯୋଗାଇ ଦେଇଥିଲେ। ସ୍କୁଲର ଅଧ୍ୟକ୍ଷ ସ୍ୱରୂପାନନ୍ଦ ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଉପାଧ୍ୟକ୍ଷ କବୀନ୍ଦ୍ର ଦାଶ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe