ଭୁବନେଶ୍ୱର :ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆରାଧ୍ୟ ଚାରିଟେବୁଲ ଟ୍ରଷ୍ଟର ବାର୍ଷିକ ଉତ୍ସବ ଇଡକଲ ଅଡିଟୋରିୟମ ଠାରେ ପାଳିତ ହୋଇଯାଇଛି। ଏଥିରେ ଅତିଥି ଭାବେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ୟୁନିସେଫ୍ ଇଣ୍ଡିଆର ସଦସ୍ୟ ଲକ୍ଷ୍ମୀନାରାୟଣ ପଣ୍ଡା, ସାମାଜିକକର୍ମୀ ପ୍ରସନ୍ନ ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ। ଅସହାୟ, ଗିରିବ ଲୋକଙ୍କ ପାଇଁ ଟ୍ରଷ୍ଟର ସେବା ମୂଳକକାର୍ଯ୍ୟକୁ ଅତିଥିଗଣ ପ୍ରଶଂସା କରିଥିଲେ। ଏହି ଅବସରରେ ଗୁରୁ ନିତ୍ୟାନନ୍ଦ ଦାସ, ହାସ୍ୟଅଭିନେତା ରବି କୁମାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଗୁରୁ ଶ୍ରୀ ଦାସ ଓଡ଼ିଶୀ ଓ ରବି କୁମାର ହାସ୍ୟାତ୍ମକ କାର୍ଯ୍ୟକ୍ରମ ପରିବେଷଣ କରି ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। ଟ୍ରଷ୍ଟର ମୁଖ୍ୟ ସାଗରିକା ଶତପଥୀ ସ୍ୱାଗତ ଭାଷଣ ଦେଇଥିଲେ। ସଦସ୍ୟ ହେମନ୍ତ ପାଣ୍ଡେ ଧନ୍ୟବାଦ ଅର୍ପଣ କରିଥିଲେ।
ଆରାଧ୍ୟା ଚାରିଟେବଲ ଟ୍ରଷ୍ଟର ବାର୍ଷିକ ଉତ୍ସବ
Advertisment
Follow Us