ବିଜେଇଏମ୍‍ ସ୍କୁଲ-୨ର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ, ୧୮ ଜଣ ପୁରସ୍କୃତ

ବିଜେଇଏମ୍‍ ସ୍କୁଲ-୨ର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ, ୧୮ ଜଣ ପୁରସ୍କୃତ

ଭୁବନେଶ୍ୱର: ତିନି ଦିବସୀୟ ବିଜେଇଏମ୍‍ ସ୍କୁଲ-୨ର ବାର୍ଷିକ କ୍ରୀଡ଼ା ଉତ୍ସବ ‘ୟୁଏଗୋ’ ଉଦଯାପିତ ହୋଇଛି । ସ୍ଥାନୀୟ ସତ୍ୟଭାମାପୁରସ୍ଥିତ ଆୟୋଜିତ  ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଛି। ଉଦ୍‌ଯାପନୀ ଅବସରରେ ଶୁକ୍ରବାର ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ପ୍ରସନ୍ନ କୁମାର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ୧୮ଜଣ ଚମ୍ପିଆନଙ୍କୁ ପୁରସ୍କୃତ କରିବା ସହ ଜୀବନରେ କ୍ରୀଡ଼ାର ଭୂମିକା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ଗତ ୨୩ତାରିଖରେ ବିଦ୍ୟାଳୟର ସଭାପତି ରଘୁନାଥ ମିଶ୍ର, ପରିଚାଳକ ପ୍ରତାପ କୁମାର ଜେନା ଏବଂ ବିଦ୍ୟାଳୟର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ମନୋରଂଜନ ବେଜ୍‍ଙ୍କ ଦ୍ୱାରା ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଘାଟିତ ହୋଇଥିଲା । ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଶ୍ୟାମସୁନ୍ଦର ସାହୁ, ଅନୁସୂୟା ମହାରଣା, ଅଜୟ ସରକାର, ନିଳିମା ମହାନ୍ତି ଓ ନିମନ୍ତ୍ରିତ କ୍ରୀଡ଼ା ଶିକ୍ଷକ ସତ୍ୟନାରାୟଣ ସାହୁଙ୍କ ପରିଚାଳନାରେ ସମସ୍ତ କ୍ରୀଡ଼ା ପ୍ରତିଯୋଗିତାଗୁଡିକ ଅନୁଷ୍ଠିତ ହୋଇଥିଲା । ଶୁକ୍ରବାର ଉଦଯାପନୀ ଉତ୍ସବରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe