ଆଇ ଡ୍ୟାନ୍ସ ପ୍ଲସ୍‌ର ବାର୍ଷିକ ଉତ୍ସବ

Advertisment
ଆଇ ଡ୍ୟାନ୍ସ ପ୍ଲସ୍‌ର ବାର୍ଷିକ ଉତ୍ସବ

ଭୁବନେଶ୍ୱର : ‘ଆଇ ଡ୍ୟାନ୍ସ ପ୍ଲସ୍‌’ର ତୃତୀୟ ବାର୍ଷିକ ଉତ୍ସବ ଆଜି ସତ୍ୟନଗରସ୍ଥିତ ଓଡ଼ିଶା ଦୃଷ୍ଟିହୀନ ସଂଘ ପରିସରରେ ପାଳିତ ହୋଇଯାଇଛି। ଏଥିରେ ଚଳଚ୍ଚିତ୍ର ପ୍ରଯୋଜକ ବାପୁ ଲେଙ୍କା, ମଡେଲ ସ୍ୱପ୍ନା ପତି ଓ ସମାଜସେବୀ ମିଲନ୍‌ ଦାସ ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ଡ୍ୟାନ୍ସ ପ୍ଲସ୍‌ର େଓ୍ଵବସାଇଟ୍‌ ଉନ୍ମୋଚିତ ହେବା ସହ ତାହାର ନିଜସ୍ୱ କାହାଣୀକୁ ନେଇ ‘ଭାଇବ୍ରେସନ୍‌’ ନାମକ ଏକ ପୁସ୍ତକ ଲୋକାର୍ପଣ କରାଯାଇଥିଲା। ଶେଷରେ ଡ୍ୟାନ୍ସ ପ୍ଲସ୍‌ର ଛାତ୍ରଛାତ୍ରୀମାନେ ‘ସ୍ୱଗ୍‌ ସେ ସ୍ୱାଗତ’ଓ ‘ଦିଲବର’ ପରି ଅନେକ ଗୀତରେ ନୃତ୍ୟ ପରିବେଷଣ କରିଥିଲେ। ଡ୍ୟାନ୍ସ ପ୍ଲସ୍‌ର ସହ-ପ୍ରତିଷ୍ଠାତା ଇସାନୀ ‘ଜିନେ ନା ଦେ’ ଗୀତରେ ନୃତ୍ୟ ପରିବେଷଣ କରିଥିଲେ। ଏଥିରେ ଶୋଭନ୍‌ ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ। ପ୍ରତିମ୍‌, ପ୍ରତ୍ୟାଶିତ, ଅଭିଷେକ ଓ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe