ମମତାଜ୍‌ ଅଲ୍ଲୀ ବିଦ୍ୟାଳୟର ବାର୍ଷିକୋତ୍ସବ

ମମତାଜ୍‌ ଅଲ୍ଲୀ ବିଦ୍ୟାଳୟର ବାର୍ଷିକୋତ୍ସବ

ଖଣ୍ଡଗିରି : ସ୍ଥାନୀୟ ଯଦୁପୁରସ୍ଥିତ ମମତାଜ୍‌ ଅଲ୍ଲୀ ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗିରିଶଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୟଦ୍‌ ମକ୍‌ବୁଲ୍‌ ଅଲ୍ଲୀ, କର୍ପୋରେଟର୍‌ ମୁଜାହିଦ୍‌ ହୁସେନ୍‌, ହୃଦୟ ବଲ୍ଲଭ ସାମନ୍ତରାୟ, ଗ୍ରାମ କମିଟିର ସମ୍ପାଦକ ସୟଦ୍‌ ଜକାବୁର୍‌ ରହମନ୍‌ ପ୍ରମୁଖ ଅତିଥିଭାବେ ଉପସ୍ଥିତ ରହିଥିଲେ। ପୂର୍ବରୁ ଅନୁଷ୍ଠିତ ହୋଇଯାଇଥିବା ବିଭିନ୍ନ ପ୍ରତିଯୋଗିତର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନୃତ୍ୟ ଗୀତ ଭଳି ବିଭିନ୍ନ ସାଂସ୍କୃତିକ ତଥା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଯଦୁପୁର ୟୁପି ସ୍କୁଲ୍‌ରେ ଗଣତନ୍ତ୍ର ଦିବସ

ଭୁବନେଶ୍ୱର : ଯଦୁପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ କର୍ପୋରେଟର୍‌ ମୁଜାହିଦ ହୋସେନ୍‌ ପତାକା ଉତ୍ତୋଳନ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ପ୍ରେମଲତା ସନ୍ଧିବିଗ୍ରହ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ମହମ୍ମଦ ନୁରୁଲା, ପରିଚାଳନା କମିଟିର ସଦସ୍ୟ ଜିଆଉର୍‌ ରହମନ୍‌ ଓ ଅନ୍ୟ ସଭ୍ୟା, ଶିକ୍ଷକ/ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe