ଭୁବନେଶ୍ୱର : ପୌର ବାଳିକା ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ପିଟିଏ, ଏମ୍ଟିଏ, ଏସଏମସି ଓ ବିଦ୍ୟାଳୟର ଛାତ୍ରୀମାନେ ଉପସ୍ଥିତ ଥିଲେ। ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିକ୍ଷାମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଓ ମୁଖ୍ୟବକ୍ତା ଭାବେ ମେୟର ଅନନ୍ତ ନାରାୟଣ ଜେନା ଯୋଗ ଦେଇଥିଲେ। ଡେପୁଟି କମିସନର୍ ଶୁଭ୍ରାଂଶୁ ମିଶ୍ର, କର୍ପୋରେଟର୍ ଦୀପ୍ତିମୟୀ ସମର୍ଥା, କର୍ପୋରେଟର୍ ମନୋଜ ବାବୁ, ସୁଚିତ୍ରା ମିଶ୍ର, ସଙ୍ଗୀତା ଦାସ, ସୁରେନ୍ଦ୍ର ବାବୁ ଓ ଅଧ୍ୟକ୍ଷା ତନୁଜା ଘୋଷ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଧାନ ଶିକ୍ଷୟିତ୍ରୀ ସୁଷମା ବେହେରାଙ୍କୁ ଆଦର୍ଶ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ପୁରସ୍କୃତ କରାଯାଇଥିଲା। ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଉଦ୍ଯାପନୀ ସମାରୋହରେ କୃତୀ ଛାତ୍ରଛାତ୍ରୀଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।
ପୌର ବାଳିକା ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ
Advertisment
Follow Us