ରତ୍ନାକର ବାଗ୍‌ ମହିଳା ସମିତି ବାର୍ଷିକ ଉତ୍ସବ

Advertisment
ରତ୍ନାକର ବାଗ୍‌ ମହିଳା ସମିତି ବାର୍ଷିକ ଉତ୍ସବ

ଭୁବନେଶ୍ୱର : ରତ୍ନାକର ବାଗ୍‌, ଟଙ୍କପାଣିରୋଡ୍‌ ମହିଳା ସମିତିର ବାର୍ଷିକ ଉତ୍ସବ ଗତ ୭ ତାରିଖ ଦିନ ସମିତି ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ। ସମିତିର ସଭାନେତ୍ରୀ ଉତ୍ତରା କୁମାରୀ ମହାପାତ୍ର ଏବଂ ସମ୍ପାଦିକା ସୁଷମା ପଟ୍ଟନାୟକଙ୍କ ସକ୍ରିୟ ଉଦ୍ୟମରେ ଆୟୋଜିତ ଏହି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ସ୍ଥାନୀୟ କର୍ପୋରେଟର୍‌ ପୁଷ୍ପା ଦାସ; ଯାହାଙ୍କର ଅକୁଣ୍ଠ ସହଯୋଗ ଯୋଗୁଁ ମହିଳା ସମିତିଟି ଏକ ସଫଳ ସାମାଜିକ-ସାଂସ୍କୃତିକ ଅନୁଷ୍ଠାନ ରୂପେ ମୁଣ୍ଡଟେକି ପାରିଛି। ଏହି ଅବସରରେ ସମିତିର ସଦସ୍ୟାମାନେ ଏକ ମୀନାବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ କରିଥିଲେ ଯାହା ଅତ୍ୟନ୍ତ ଚିତ୍ତାକର୍ଷକ ହୋଇଥିଲା।

ଉତ୍ସବର ଅଂଶ ସ୍ୱରୂପ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମହିଳା ସମିତିର ବର୍ଷୀୟାନ ସଭାନେତ୍ରୀ ଉତ୍ତରା କୁମାରୀ ମହାପାତ୍ରଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ମାନିିତ କରିଥିଲେ। ଶ୍ରୀମତୀ ମହାପାତ୍ର ତାଙ୍କର ପରିଣତ ବୟସରେ ମଧ୍ୟ ଯେପରି ସମାଜ ସେବାରେ ନିଜକୁ ନିୟୋଜିତ ରଖିପାରିଛନ୍ତି, ତାହାର ସ୍ୱୀକୃତି ସ୍ୱରୂପ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ସମିତିର ସଦସ୍ୟା ଏବଂ ସ୍ଥାନୀୟ ବାସିନ୍ଦାମାନେ ଉତ୍ସବଟିକୁ ମନଭରି ଉପଭୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe