ଏସ୍‌ଆଇଏମ୍‌ଏସ୍‌ଏସ୍‌ର ବାର୍ଷିକ ଉତ୍ସବ

Advertisment
ଏସ୍‌ଆଇଏମ୍‌ଏସ୍‌ଏସ୍‌ର ବାର୍ଷିକ ଉତ୍ସବ

ଚନ୍ଦ୍ରଶେଖରପୁର : ପଟିଆସ୍ଥିତ ସ୍ୱସ୍ତି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ୍‌ ଷ୍ଟଡିଜ୍‌ (ଏସ୍‌ଆଇଏମ୍‌ଏସ୍‌ଏସ୍‌) ଆଜି ତା’ର ପଞ୍ଚମ ବାର୍ଷିକ ଉତ୍ସବ ହୋଟେଲ୍‌ ସ୍ୱସ୍ତିରେ ପାଳିତ ହୋଇଯାଇଛି। ଏହି ଅବସରରେ ଅୟୋଜିତ କାର୍ଯ୍ୟକ୍ରମର ନାମ ‘ଆତିଥ୍ୟ-୨୦୧୮’ରଖାଯାଇଥିଲା। ଅନୁଷ୍ଠାନର ସିଏମ୍‌ଡି ଜେକେ ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇ ଶିକ୍ଷାର୍ଥୀମାନଙ୍କୁ ହୋଟେଲ୍‌ ମ୍ୟାନେଜ୍‌ମେଣ୍ଟ କ୍ଷେତ୍ରରେ ନିଜର କ୍ୟାରିୟର୍‌ କରିବା ପାଇଁ ପ୍ରୋତ୍ସାହନ କରିଥିଲେ। ସ୍ୱସ୍ତି ଗ୍ରୁପ୍‌ ନିର୍ଦେଶକ ଚିରଞ୍ଜୀବୀ ମହାନ୍ତି, ସୁବ୍ରତ ବାଗ୍‌ଚି, ଡ.ମୋନା ଶର୍ମା, ଡ.ଶ୍ରୀରାମ ଦାସ ଓ ଅସୀମା ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଏହି ଉତ୍ସବରେ ଯୋଗ ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ଛାତ୍ରଛାତ୍ରୀଙ୍କୁ ମେଧାବୀ ପୁରସ୍କାର ମିଳିଥିଲା। ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe