ଭୁବନେଶ୍ୱର : ପୋଖରୀପୁଟସ୍ଥିତ ଶୋଭନୀୟ ପ୍ଲେ ସ୍କୁଲର ୧୫ତମ ବାର୍ଷିକୋତ୍ସବ ଆଜି ଜୟଦେବ ଭବନଠାରେ ଆୟୋଜିତ ହୋଇଯାଇଛି। ଏଥିରେ ସୁବାର୍ତ୍ତାର ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଫେସର ନିରଞ୍ଜନ ପାଢ଼ୀ ଉପସ୍ଥିତ ଥିଲେ। ସ୍କୁଲ ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ଅବସରରେ ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିକ୍ଷୟିତ୍ରୀ ବିସ୍ମିତା ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷୟତ୍ରୀ ବନଲତା, ସୁଜାତା, ଅରୁନ୍ଧତୀ, ସ୍ନିଗ୍ଧା ଓ ନୃତ୍ୟଗୁରୁ ଦିଲୁ ପରିଚାଳନା କରିଥିଲେ। ଶତରୂପା ଓ ଶୁଭାଙ୍ଗୀ ମଞ୍ଚ ପରିଚାଳନା କରିଥିଲେ।
ଶୋଭନୀୟ ପ୍ଲେ ସ୍କୁଲର ବାର୍ଷିକୋତ୍ସବ
Advertisment
Follow Us