ସୃଷ୍ଟି ଏକାଡେମିର ବାର୍ଷିକ ଉତ୍ସବ

Advertisment
ସୃଷ୍ଟି ଏକାଡେମିର ବାର୍ଷିକ ଉତ୍ସବ

ଭୁବନେଶ୍ୱର : ସୃଷ୍ଟି ଏକାଡେମି ଅଫ୍‌ ମ୍ୟାନେଜ୍‌ମେଣ୍ଟର ୧୫ତମ ବାର୍ଷିକ ଉତ୍ସବ ‘ସେନ୍‌ସେସନ୍‌-୨୦୧୮’ ହୋଟେଲ୍‌ ସ୍ୱସ୍ତି ପ୍ରିମିୟମରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ବିଜିନେସ୍‌ ଷ୍ଟାଣ୍ଡାର୍ଡର ଆବାସିକ ସମ୍ପାଦକ ଦିଲ୍ଲିପ ଶତପଥି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଅନୁଷ୍ଠାନର ଅଧ୍ୟକ୍ଷ ଗିରିଜା ଶଙ୍କର ଆଚାର୍ଯ୍ୟ ସ୍ୱାଗତ ଭାଷଣ ଦେବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଉତ୍ସବରେ ସୃଷ୍ଟି ଏକାଡେମିର ବାର୍ଷିକ ସାଂସ୍କୃତିକ ପତ୍ରିକା ‘ଶ୍ରୀଜନ୍‌’ ଉନ୍ମୋଚନ କରାଯାଇଥିଲା। ସେନ୍‌ସେସନ୍‌ ୨୦୧୮ ଅବସରରେ ଅନୁଷ୍ଠାନ ତରଫରୁ ବିଭିନ୍ନ ବର୍ଗର ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନର ଉପାଧ୍ୟକ୍ଷ ଉମାକାନ୍ତ ଦାସ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମକୁ ଅନୁଷ୍ଠାନର ବରିଷ୍ଠ ଅଧ୍ୟାପିକା ପ୍ରଜ୍ଞା ପାରମିତା ଷଡ଼ଙ୍ଗୀ ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe