ଓ୍ଵିସ୍‌ର ବାର୍ଷିକ ଉତ୍ସବ : ମହିଳାଙ୍କ ବିକାଶ ହେଉଛି, ହିଂସା କମୁନି

ଓ୍ଵିସ୍‌ର ବାର୍ଷିକ ଉତ୍ସବ : ମହିଳାଙ୍କ ବିକାଶ ହେଉଛି, ହିଂସା କମୁନି

ଭୁବନେଶ୍ୱର : ସମାଜରେ ମହିଳାମାନେ ଧୀରେ ଧୀରେ ଉନ୍ନତି କଲେଣି। ଘରକୋଣ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ୍‌ ହେଲେଣି। ସରକାର ମଧ୍ୟ ମହିଳାମାନଙ୍କ ବିକାଶ ପାଇଁ ବ୍ୟାପକ ବ୍ୟବସ୍ଥା କରୁଛନ୍ତି। ମହିଳାମାନଙ୍କ ଏସ୍‌ଏଚ୍‌ଜି ଗ୍ରୁପ୍‌କୁ ଆର୍ଥିକ ଭାବେ ସୁଦୃଢ଼ କରିବା ପାଇଁ ପ୍ରୟାସ କରାଯାଉଛି। ଏତେ ସବୁ ମହିଳା ବିକାଶ ଭିତରେ ମହିଳା ହିଂସା କିନ୍ତୁ କମିନି। ଏନେଇ ସରକାରୀସ୍ତରଠାରୁ ଆରମ୍ଭ କରି ସମାଜରେ ସଚେତନତାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ। ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ‘ଓମେନ୍‌ ଇନ୍‌ ସୋସାଇଟି ହେଲ୍ପ(ଓ୍ଵିସ୍‌)’ର ଆଜି ବାର୍ଷିକ ଉତ୍ସବ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ସାମଲ ଏହା କହିଛନ୍ତି। ଏହି ଉତ୍ସବକୁ ଗୁରୁଜୀ କୁମାରନ୍‌ ସ୍ୱାମୀ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, ସମ୍ବାଦ ଗ୍ରୁପ୍‌ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଓ ସମାଜ ମଙ୍ଗଳ ବୋର୍ଡର ଅଧ୍ୟକ୍ଷା ଲତିକା ପ୍ରଧାନ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ।

ସମାଜରେ ନାରୀର ବିକାଶ ପାଇଁ ପୁରୁଷ ଓ ନାରୀ ଉଭୟଙ୍କ ସମନ୍ଵୟର ଆବଶ୍ୟକତା ରହିଛି। ତେବେ ଯାଇ ସମାଜ ତଥା ନାରୀର ସର୍ବାଙ୍ଗୀନ ଉନ୍ନତି ହୋଇପାରିବ ବୋଲି ତନୟା ପଟ୍ଟନାୟକ କହିଥିଲେ। ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଓ୍ଵିସ୍‌ର ନିର୍ଦ୍ଦେଶକା ଅନୁସୃତା ସିଂହଦେଓ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସୌଭାଗ୍ୟବତୀ ମହାପାତ୍ର, ସୁଚିସ୍ମିତା ମହାନ୍ତି, ପଙ୍କଜିନୀ ପଟ୍ଟନାୟକ, ପୁଷ୍ପଲତା ଜେନା, ପ୍ରିୟଙ୍କା ସିଂହଦେଓ ଓ ଦୀପିକା ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe