ରାଜଧାନୀରେ ସୁଟି˚ ହେବ ଆଉ ଏକ ବଲିଉଡ୍‌ ଫିଲ୍ମ

Advertisment
ରାଜଧାନୀରେ ସୁଟି˚ ହେବ ଆଉ ଏକ ବଲିଉଡ୍‌ ଫିଲ୍ମ

ଭୁବନେଶ୍ବର : ପ୍ରାୟ ୪/୫ ବର୍ଷ ବ୍ୟବଧାନ ପରେ ଓଡ଼ିଶାରେ ସୁଟି˚ ହେଉଛି ବଲିଉଡ୍‌ ଚଳଚ୍ଚିତ୍ର। ଯାହାର ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ବଲିଉଡ଼୍ ଅଭିନେତା ଅଭୟ ଦେୱଲ୍‌। ରାଜଧାନୀର ଇନ୍‌ଫୋସିଟି ଥାନା ଅଧୀନ ପଥରଗାଡ଼ିଆ ଓ ଆଖପାଖ ଅଞ୍ଚଳରେ ମଙ୍ଗଳବାରଠାରୁ ପ୍ରଥମ ଭାଗ ସୁଟି˚ ଆରମ୍ଭ ହେବ। ଏହା ପରେ ରାଜ୍ୟର କିଛି ଆଦିବାସୀ ଜିଲ୍ଲାରେ ମଧୢ ସୁଟି˚ ହେବ। ଚଳଚ୍ଚିତ୍ର ନର୍ଦେଶକ ତଥା ପ୍ରଯୋଜକ ପ୍ରଶାନ୍ତ ସାହ ଆଜି ରାଜଧାନୀର ବିଭିନ୍ନ ଲୋକେସନ୍‌ ବୁଲି ଦେଖିଛନ୍ତି। ପ୍ରଶାନ୍ତ ସାହ ପୂର୍ବରୁ ‘ମାଇଁ ନେମ୍‌ ଇଜ୍‌ ଖାନ୍‌, ଦୋସ୍ତାନା, କୁରବାନ୍‌, କାଇଟ୍‌, ଏ ଜେଣ୍ଟଲ ମ୍ୟାନ୍‌, ପ୍ୟାଡ଼୍ ମ୍ୟାନ୍‌ ଓ ଜିରୋ ଭଳି ସୁପରହିଟ୍‌ ଚଳଚ୍ଚିତ୍ର କରି ଲୋକପ୍ରିୟ ହୋଇଛନ୍ତି। ଏବେ ସ୍ବତନ୍ତ୍ର ରଗ୍‌ବି ଖେଳକୁ ନେଇ ‘ଜଙ୍ଗଲ୍‌ କ୍ରାଏ’ନାମକ ଏକ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି। ଯେଉଁଥିରେ ରଗ୍‌ବି ଖେଳର କୋଚ୍‌ ଭୂମିକାରେ ଅଭିନୟ କରିବେ ଅଭୟ ଦେୱଲ। ଆଜି ଅଭୟ ରାଜଧାନୀରେ ପହଞ୍ଚି ବିଭିନ୍ନ ସ୍ଥାନ ବୁଲି ଦେଖିବାପରେ ମଙ୍ଗଳବାର ପଥରଗାଡ଼ିଆ ବାରମଣ ଗ୍ରାମରେ ମହୁରତ ହେବାନେଇ ସୂଚନା ଦେଇଛନ୍ତି। ଯେଉଁଥିରେ ଅଭୟ, ପ୍ରଶାନ୍ତଙ୍କ ସହ ସବିର‌୍‌ ବକ୍ସ୍ ଓ ବଲିଉଡ୍‌ର ୨୦ ଜଣିଆ ଦଳ ଯୋଗଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe