ରାଜଧାନୀରେ ଆଉ ଏକ ବଣ୍ଟି ଔର୍‌ ବବ୍‌ଲି: ଡାଟା ଏଣ୍ଟ୍ରି ଫ୍ରାଞ୍ଚାଇଜ୍ ନାଁରେ ଲୁଟିନେଲେ ୫ ଲକ୍ଷ

Advertisment

ଟଙ୍କା ମାଗିଲେ ବ୍ଲାକମେଲ୍‌ର ଧମକ, ଥାନାରେ ମାମଲା, ପୁଲିସର ତନାଘନା

ଟଙ୍କା ମାଗିଲେ ବ୍ଲାକମେଲ୍‌ର ଧମକ, ଥାନାରେ ମାମଲା, ପୁଲିସର ତନାଘନା

ରାଜଧାନୀରେ ମାତିଛନ୍ତି ଚାକିରି ଠକେଇ ଗ୍ୟାଙ୍ଗ୍‌: ନିଦରେ ଆଣ୍ଟି ଫ୍ରଡ୍‌ ସେଲ୍‌

Newszee.in

ଭୁବନେଶ୍ବର: ରାଜଧାନୀରେ ଆଉ ଏକ ବଣ୍ଟି ଔର୍‌ ବବ୍‌ଲି। ଏମାନଙ୍କ କଳା କାରନାମା ଏବେ ସାମ୍ନାକୁ ଆସିଛି। ଡାଟା ଏଣ୍ଟ୍ରି ଅପରେଟର ଫ୍ରାଞ୍ଚାଇଜ୍ କରାଇ ଦେବାକୁ ଜଣେ ମହିଳାଙ୍କଠାରୁ ୫ଲକ୍ଷ ଟଙ୍କା ଠକି ନେଇଛନ୍ତି। ଠକେଇର ଶିକାର ହୋଇଥିବା ମହିଳା ବଡ଼ଗଡ଼ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁସାରେ, ଠକେଇର ଶିକାର ହୋଇଥିବା ମହିଳା ବଡ଼ଗଡ଼ରେ ରହୁଛନ୍ତି। ଗତବର୍ଷ ନଭେମ୍ବରରେ ଷ୍ଟାର୍ ମେକର ଆପ୍ ଜରିଆରେ କୋଲକାତାରେ ରହୁଥିବା ମହିଳା ପପିୟା କୁଣ୍ଡୁ ଓ ବିଶ୍ବଜିତ କରଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ଏହା ପରେ ଫୋନ୍‌ରେ ବନ୍ଧୁତା ହେବା ସହ ଆଗକୁ ବଢ଼ିଥିଲା। ପ୍ରାୟ ମାସକ ପରେ ଡିସେମ୍ବରରେ ସେମାନେ ମହିଳାଙ୍କୁ ଡାଟା-ଏଣ୍ଟ୍ରି କାମ କରିବାକୁ ଅଫର୍ ଦେଲେ। ସେଥିରେ ରାଜି ହୋଇ ମହିଳା କାମ କରିବା ପରେ ୧୫ରୁ ୨୦ହଜାର ଟଙ୍କା ପାଇଥିଲେ। ଏହା ପରେ ସେମାନେ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ପାଇଁ ଡାଟା-ଏଣ୍ଟ୍ରି ଫ୍ରାଞ୍ଚାଇଜ୍ ନେବା ଲାଗି ପ୍ରସ୍ତାବ ଦେଲେ। କରୋନା ସମୟରେ ରୋଜଗାର ନ ଥିବାରୁ କିଛି ଟଙ୍କା ମିଳିପାରିବ ବୋଲି ଭାବି ସେଥିରେ ମଧ୍ୟ ରାଜି ହୋଇଥିଲେ। ମହିଳା ସବୁ ସୁନାଗହଣା ବନ୍ଧକ ରଖି ରସୁଲଗଡ଼ ଛକ ନିକଟରେ ଥିବା ଏକ ମଲ୍ ପାଖରେ ଉଭୟଙ୍କୁ ଦେଖା କରି ୨ଲକ୍ଷ ୬୮ହଜାର ଟଙ୍କା ଦେଇଥିଲେ। ଦୁଇ ମାସ ପରେ କହିଲେ, ତାଙ୍କର ବ୍ୟାଙ୍କ ଆକାଉଣ୍ଟ ବ୍ଲକ୍ ହୋଇଯାଇଛି। କିଛି ଟଙ୍କା ଦେଲେ ତାହାକୁ ପୁଣି ଚାଲୁ କରିହେବ। ଏହାପରେ ମହିଳାଜଣଙ୍କ ଫୋନ୍ ପେ’ ଏବଂ ଗୁଗୁଲ୍ ପେ’ରେ ୧ ଲକ୍ଷ ୪୦ ହଜାର ଟଙ୍କା ଦେଇଥିଲେ। ଏପରିକି ମନରେ ବିଶ୍ବାସ ଜନ୍ମାଇବା ପାଇଁ ସେମାନେ ଜାନୁଆରିରେ ସେହି ମଲ୍ ନିକଟକୁ ଆସି ପୁଣି ଦେଖା କରିବା ସହ ଆକାଉଣ୍ଟ ଜରିଆରେ ୪୫ହଜାର ଟଙ୍କା ନେଇଥିଲେ। ସେମାନେ ଏହିପରି ଭାବେ ପ୍ରାୟ ୫ଲକ୍ଷ ଟଙ୍କା ଠକି ନେଇଥିଲେ। ଠକେଇର ଶିକାର ହୋଇଥିବା ଜାଣିବା ପରେ ମହିଳା ଟଙ୍କା ଫେରସ୍ତ ମାଗିଥିଲେ। ଏକାଧିକଥର ମାଗିବାରୁ ସେମାନେ ବ୍ଲାକମେଲ୍‌ର ଧମକ ଦେଲେ। ଏମିତିକି ଫଟୋ ଏଡିଟ୍ କରି ତାଙ୍କ ସ୍ବାମୀଙ୍କ ପାଖକୁ ପଠାଇବାର ଧମକ ମଧ୍ୟ ଦେଇଥିଲେ। ଏ ସଂକ୍ରାନ୍ତରେ ବଡ଼ଗଡ଼ ଥାନା ପୁଲିସ କେସ୍ ନଂ-୩୮୪/୨୧ ଏବଂ ଆଇପିସି ଦଫା-୪୨୦,୫୦୬,୩୪ରେ ମାମଲା ରୁଜୁ କରିଛି।

ରାଜଧାନୀରେ ଏଭଳି ଠକେଇ ନୂଆ ନୁହେଁ, ପୂର୍ବରୁ ମଧ୍ୟ ଅନେକ ଠକ ଦମ୍ପତି ଲୁଟିଛନ୍ତି। କିଛି ଦିନ ତଳେ ଧଉଳି ଥାନା ନୂଆଗାଁ ଅଞ୍ଚଳରେ ଏକ ଦମ୍ପତି ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଲୁଟିଥିଲେ। ଏହି ମାମଲାରେ ଜଣେ ଗିରଫ ହୋଇଥିବା ବେଳେ ମହିଳା ଫେରାର ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe