ଅର୍ଦ୍ଧେନ୍ଦୁଙ୍କ ନାଁରେ ଆଉ ଏକ ମାମଲା

‘ବଡ଼ ଖବର ବିରୋଧରେ ଷଡ଼ଯନ୍ତ୍ର’

Techdhoom.in

ଭୁବନେଶ୍ବର : ବଡ଼ ଖବରର ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି। ଇଓଡବ୍ଲ୍ୟୁ ଏକ ଠକେଇ ମାମଲାର ତଦନ୍ତ କରୁଥିବାବ‌େଳେ ବୁଧବାର ଦିନ ତାଙ୍କ ନାଁରେ ଆଉ ଏକ ନୂଆ ମାମଲା ଯୋଡ଼ିହୋଇଛି। ବିଶ୍ବଜିତ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଅନୁସାରେ ତାଙ୍କ ଘରକୁ ଅର୍ଦ୍ଧେନ୍ଦୁ ଭଡ଼ାରେ ନେଇଥିଲେ। ଗତ ଜାନୁଆରି ମାସରୁ ଘରଭଡ଼ା ଦେଇନଥିବା ବେଳେ ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ୮୫ ହଜାର ଟଙ୍କା ବାକି ରହିଛି। ଟଙ୍କା ମାଗିବାରୁ ଧମକ ଦେଉଥିବା ଅଭିଯୋଗରେ ଉଲ୍ଲେଖ କରାଯାଇଛି। ଏନେଇ ସେ ବଡ଼ଗଡ଼ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଇଓଡବ୍ଲ୍ୟୁ ପକ୍ଷରୁ ବୁଧବାର ଦିନ ଅପରାହ୍ଣରେ ବଡ଼ଗଡ଼ ଥାନା ଅଧୀନରେ ଥିବା ତାଙ୍କ ଅଫିସ୍‌ରେ ଚଢ଼ଉ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe