ବାଲିଅନ୍ତାରେ ପୁଣି ଜଣେ କରୋନା ଆକ୍ରାନ୍ତ

ବିନ୍ଧ୍ୟଗିରିରେ କରୋନା ପଜିଟିଭ୍‌,ଗାଁ ୪୮ ଘଣ୍ଟା ପାଇଁ ସିଲ୍‌

ଆକ୍ରାନ୍ତଙ୍କଠାରୁ ସୁସ୍ଥ ଅଧିକ, ଦିନକରେ ୫୯୧ ଆକ୍ରାନ୍ତ, ସୁସ୍ଥ ହେଲେ ୬୦୭

Conway Medical Center

ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅଞ୍ଚଳରେ ଆଜି ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଜଣକ ପୁରୁଷ ଓ ତାଙ୍କ ବୟସ ୩୦ ହେବ। ହୀରାପୁର ସଂଗରୋଧ କେନ୍ଦ୍ରରେ ରହିଥିବା ସଂପୃକ୍ତ ପ୍ରବାସୀ ଓଡ଼ିଆ ଜଣକ ମହାରାଷ୍ଟ୍ରରୁ ଗତ ୨୭ ତାରିଖରେ ତାଙ୍କ ପତ୍ନୀ ଓ ଛୋଟ ପୁଅ ସହିତ ଫେରିଥିଲେ। ସୌଭାଗ୍ୟବଶତଃ ପତ୍ନୀ ଓ ପୁଅଙ୍କ ସ୍ବାବ୍‌ ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ଥିବା ବେଳେ ଉକ୍ତ ବ୍ୟକ୍ତିଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବା ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଗତ ଦୁଇଦିନ ତଳେ ଅନୁରୂପ ଭାବେ ଆଉ ଜଣେ ମହାରାଷ୍ଟ୍ର ଫେରନ୍ତା କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ବାଲିଅନ୍ତା ବ୍ଲକର ୧୬ଟି ପଞ୍ଚାୟତରେ ଏଯାଏ ଜଣେ ମହିଳାଙ୍କ ସମେତ ମୋଟ ୬ ଜଣ ବ୍ୟକ୍ତି କରୋନାରେ ପୀଡ଼ିତ ହୋଇଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ୩ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ବାକି ୩ ଜଣ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ବିନ୍ଧ୍ୟଗିରିରେ କରୋନା ପଜିଟିଭ୍‌,ଗାଁ ୪୮ ଘଣ୍ଟା ପାଇଁ ସିଲ୍‌
ମେଣ୍ଢାଶାଳ : ଗତକାଲି ଜଟଣୀ ବ୍ଲକ ଛତାବର ପଞ୍ଚାୟତରେ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଆଜି ପୁଣି ସେହି ପଞ୍ଚାୟତର ବିନ୍ଧ୍ୟଗିରି ଗ୍ରାମରେ ଅନ୍ୟ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଉକ୍ତ ଆକ୍ରାନ୍ତଙ୍କୁ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ସରପଞ୍ଚ ମନସ୍ବିନୀ ମିଶ୍ର ଡେଙ୍ଗ ବିନ୍ଧ୍ୟଗିରି ଗାଁକୁ ୪୮ ଘଣ୍ଟା ପାଇଁ ସିଲ୍‌ କରିଛନ୍ତି। ସୂଚନାଯୋଗ୍ୟ ଯେ ଛତାବର ଗାଁର କରୋନା ଆକ୍ରାନ୍ତଙ୍କ ପାଇଁ ଏବେ ଛତାବର ପଞ୍ଚାୟତରେ ସଟ୍‌ଡାଉନ୍ ବଳବତ୍ତର ରହିଛି। ବିନ୍ଧ୍ୟଗିରି ମାମଲା ଏକ ଗୋଷ୍ଠୀ ସଂକ୍ରମଣ ବୋଲି ସରପଞ୍ଚ ଶ୍ରୀମତି ମିଶ୍ର ଡେଙ୍ଗ କହିଛନ୍ତି। କାରଣ ଉକ୍ତ ବ୍ୟକ୍ତି ଗାଁରେ ଏକ ଦଶାହକ୍ରିୟା ଓ ଘରପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ତେଣୁ ସେ ବହୁଲୋକଙ୍କ ସହିତ ମିଶିଛନ୍ତି ବୋଲି ଜଣାପଡ଼ିଛି। ଗାଁରେ ସଟ୍‌ଡାଉନ୍‌ ଲାଗୁ କରାଯାଇଥିବାରୁ ଲୋକମାନଙ୍କ ନିତିଦିନିଆ ଚଳଣି ପାଇଁ ପଞ୍ଚାୟତ ପକ୍ଷରୁ ବିହିତ ପଦ‌କ୍ଷେପ ନିଆଯାଉଛି ବୋଲି ସରପଞ୍ଚ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe