OrissaPOST
ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲର ଭେଷଜ ବିଭାଗର ଜଣେ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏହାର ଓପିଡିକୁ ୪୮ଘଣ୍ଟା ପାଇଁ ବନ୍ଦ କରାଯାଇଛି। ଏହି ସମୟରେ ସଂପୃକ୍ତ ବହିର୍ବିଭାଗକୁ ସାନିଟାଇଜ୍ କରାଯିବ ବୋଲି ଜଣାପଡ଼ିଛି। ତେବେ ହସ୍ପିଟାଲରେ ଗତକାଲି ୨ଜଣ ଚିହ୍ନଟ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ୨୫ଜଣ ଆସିଥିବା ସୂଚନା ମିଳିଛି। ଅପରପକ୍ଷରେ ଆଜି ସ୍ତ୍ରୀ ଓ ପ୍ରସୂତି ବିଭାଗର ଜଣେ ରୋଗୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତାଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। କ୍ୟାପିଟାଲ ହସ୍ପିଟାଲରେ ଏ ପର୍ଯ୍ୟନ୍ତ ୧୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ୩ଜଣ ନର୍ସ, ଜଣେ ଡାକ୍ତର ଓ ଅନ୍ୟ ୬ଜଣ ରୋଗୀ ରହିଛନ୍ତି।
Follow Us