ଦାଢ଼ାପାଟଣାରୁ ପୁଣି ଜଣେ ପଜିଟିଭ୍‌

ତାରକା ହୋଟେଲରୁ ୧୮ ପଜିଟିଭ୍‌, ବ୍ୟାଙ୍କ କର୍ମଚାରୀ କରୋନା ଆକ୍ରାନ୍ତ

ନୂଆପଲ୍ଲୀ, ଆଇଆର୍‌ସି ଭିଲେଜ ହଟସ୍ପଟ୍‌ : ୱାର୍ଡ-୨୭ରୁ ୫୬୫ ଆକ୍ରାନ୍ତ ବାହାରିଲେଣି, ୬ ୱାର୍ଡରେ ଅ‌ଢ଼େଇ ଶହରୁ ଅଧିକ

Childrens Choice Therapy

ବାରଙ୍ଗ : ବାରଙ୍ଗ ବ୍ଲକ ଦାଢ଼ାପାଟଣାରୁ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆଜି ଏହି ୨୮ ବର୍ଷୀୟ ଯୁବକଙ୍କୁ ଚିକିତ୍ସା ପାଇଁ ଆଠଗଡ଼ସ୍ଥିତ କୋଭିଡ୍‌ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ ଯେ ବର୍ତ୍ତମାନ ସୁଦ୍ଧା ଦାଢ଼ାପାଟଣାରୁ ମୋଟ ୧୫ ଜଣ ସଂକ୍ରମିତ ହୋଇ ସାରିଛନ୍ତି ଓ ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଛି।

ତାରକା ହୋଟେଲରୁ ୧୮ ପଜିଟିଭ୍‌
ଭୁବନେଶ୍ୱର : ଜୟଦେବବିହାର ନିକଟସ୍ଥ ଏକ ତାରକା ହୋଟେଲରୁ ୧୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତେ ସଙ୍ଗରୋଧରେ ଥିଲେ। ଏକସଙ୍ଗେ ହୋଟେଲରୁ ୧୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ହେଁ ବିଏମ୍‌ସି ପକ୍ଷରୁ ହୋଟେଲକୁ ସିଲ୍‌ କରାଯାଇନି। ଅପରପକ୍ଷେ ହୋଟେଲର ସମସ୍ତ କର୍ମଚାରୀଙ୍କୁ ସଙ୍ଗରୋଧରେ ରହିବାକୁ କୁହାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ହୋଟେଲର ଜଣେ ସୁରକ୍ଷା କର୍ମୀ କରୋନା ଆକ୍ରାନ୍ତ ହେବା ପରେ ତାଙ୍କ ସଂସ୍ପର୍ଶରେ ହୋଟେଲର ଅନ୍ୟ ସୁରକ୍ଷାକର୍ମୀ ଓ ଅନ୍ୟ କର୍ମଚାରୀମାନେ ଆସିଥିଲେ। ସୁରକ୍ଷାକର୍ମୀ କରୋନା ଆକ୍ର‌ାନ୍ତ ଜଣାପଡ଼ିବା ପରେ ଅନ୍ୟମାନଙ୍କୁ ସଙ୍ଗରୋଧରେ ରହିବାକୁ କୁହାଯାଇଥିଲା। ଏବେ ବହୁ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବାବେଳେ ସଙ୍ଗରୋଧରେ ଥିବା ଅନ୍ୟ କର୍ମଚାରୀମାନେ ଭୟଭୀତ ହୋଇଯାଇଛନ୍ତି। ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ହୋଟେଲର ୧୮ଜଣ ପୁରୁଷ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଏଥିରେ ରୁମ୍‌ ବୟରୁ ଆରମ୍ଭ କରି ରୋଷେୟା, ପରିଚାଳନା ଦାୟିତ୍ବରେ ଥିବା କର୍ମଚାରୀ ଅଛନ୍ତି।

ବ୍ୟାଙ୍କ କର୍ମଚାରୀ କରୋନା ଆକ୍ରାନ୍ତ
ବାଲିପାଟଣା : ବାଲିପାଟଣା ବ୍ଲକରେ ଜଣେ ରାଷ୍ଟ୍ରାୟତ ବ୍ୟାଙ୍କ କର୍ମଚାରୀ କରୋନା ପଜିଟିଭ୍‌ ଚି଼ହ୍ନଟ ହୋଇଛନ୍ତି। ବନମାଳିପୁର ୟୁକୋ ବ୍ୟାଙ୍କର କର୍ମଚାରୀ କରୋନା ପଜିଟିଭ୍‌ ବୋଲି ଗତକାଲି ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେଣୁ ପ୍ରଶାସନ ପକ୍ଷରୁ ତାଙ୍କୁ କୋଭିଡ୍‌ କେୟାର୍ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଆଜି ବାଲିପାଟଣା ଅଗ୍ନିଶମ ବିଭାଗ ତରଫରୁ ବ୍ୟାଙ୍କକୁ ସାନିଟାଇଜ୍‌ କରାଯାଇଛି ଓ ସମସ୍ତ କର୍ମଚାରୀଙ୍କୁ ଗୃହ ସଙ୍ଗରୋଧରେ ରହିବା ପାଇଁ ପ୍ରଶାସନ ତରଫରୁ କୁହାଯାଇଛି। ସେହିଭଳି ଉକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ ତାଲିକା ପ୍ରସ୍ତୁତ କରାଯାଉଛି ବୋଲି ଜଣାପଡ଼ିଛି। ମଝିହରା ସରପଞ୍ଚ ନାରୟଣ ସାହୁ ଆଜିଠାରୁ ଆସନ୍ତା ରବିବାର ପର୍ଯ୍ୟନ୍ତ ବ୍ୟାଙ୍କକୁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe