କୁଶଭଦ୍ରାରେ ପୁଣି ଏକ ବିଫଳ ପ୍ରୟାସ: ନାଳ ଖୋଳା ହେଉଛି, ବନ୍ୟା ପୋତୁଛି

Advertisment

ଫାଇଲ୍‌ରେ ରହିଛି ବ୍ୟାରେଜ୍‌ ନିର୍ମାଣ ପ୍ରସଙ୍ଗ

ଫାଇଲ୍‌ରେ ରହିଛି ବ୍ୟାରେଜ୍‌ ନିର୍ମାଣ ପ୍ରସଙ୍ଗ

କୁଶଭଦ୍ରାରେ ପୁଣି ଏକ ବିଫଳ ପ୍ରୟାସ: ନାଳ ଖୋଳା ହେଉଛି, ବନ୍ୟା ପୋତୁଛି

ବାଲିଅନ୍ତା : ପ୍ରତିବର୍ଷ ନଦୀ ଶଯ୍ୟାରେ ନାଳ ଖୋଳା ହେଉଛି। ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଉଛି। ବନ୍ୟ‌ା ଆସୁଛି ଓ ଉକ୍ତ ନାଳକୁ ପୋତି ଦେଉଛି। ଫଳରେ ନଦୀ ଯେମିତି ବର୍ଷର ୧୦ ମାସ ଶୁଖିଲା ରହିବା କଥା ରହୁଛି। ନାଳ ଖୋଳିବା ଟଙ୍କାରେ ଠିକାଦାର ପୋଷିବା ସାର ହେଉଛି ସିନା, ନଦୀ ଜଳପୂର୍ଣ୍ଣ ରହିବା ଲକ୍ଷ୍ୟ ପୂରଣ ହୋଇପାରୁନାହିଁ। କୁଶଭଦ୍ରାକୁ ଜଳପୂର୍ଣ୍ଣ କରି ରଖିବା ପାଇଁ ଜଳସେଚନ ବିଭାଗର ଏହି ଅସ୍ଥାୟୀ ଯୋଜନା ଏମିତି ର‌ାଜକୋଷକୁ ଲୁଟୁଛି ବୋଲି ଚର୍ଚ୍ଚା ହେଉଛି।

ଚଳିତବର୍ଷ କୁଶଭଦ୍ରାରେ ଅସ୍ଥାୟୀ ଭାବେ ଜଳ ସଂରକ୍ଷଣ କରିବାକୁ ନେଇ ଜଳସେଚନ ବିଭାଗ ପକ୍ଷରୁ ନାଳି ଖନନ କାର୍ଯ୍ୟ ଆରମ୍ଭ ହୋଇଛି। କୁଆଖାଇ ନଦୀର ଜିରୋ ପଏଣ୍ଟ ଜଳସ୍ତରରୁ ୯୦୦ ମିଟର ପର୍ଯ୍ୟନ୍ତ ଏକ ନାଳି ଖୋଳା ଯାଉଛି ବୋଲି ଭୁବନପୁର ସେକ୍‌ସନ ସହକାରୀ ଯନ୍ତ୍ରୀ ଜଳନ୍ଧର ସାଠୁଆ ସୂଚନା ଦେଇଛନ୍ତି। ୩୦ ମିଟର ଚଉଡ଼ାରେ ନାଳି ଖନନ କାର୍ଯ୍ୟ ଚାଲିଛି। ଦୁଇ ତିନି ମିଟର ଉଚ୍ଚତାରେ ଉଭୟ ପାର୍ଶ୍ବରେ ବନ୍ଧ ନିର୍ମାଣ କରାଯାଉଛି। ଏଥିପାଇଁ ୪୦ ଲକ୍ଷ ଟଙ୍କା ମଂଜୁର ହୋଇଛି ବୋଲି ସହକାରୀ ନିର୍ବାହୀ ଯନ୍ତ୍ରୀ ସମ୍ବିତ କୁମାର ସାହୁ କହିଛନ୍ତି। ଏହି ପ୍ରକଳ୍ପ କାର୍ଯ୍ୟ ସଫଳ ହେଲେ ଆସନ୍ତା ବର୍ଷ ଭିଙ୍ଗାରପୁର ପର୍ଯ୍ୟନ୍ତ ନାଳି ଖନନ କରାଯିବ ବୋଲି ସେ କହିଛନ୍ତି। ହେଲେ ଏହା କେତେଦୂର ଲୋକମାନଙ୍କ କାମରେ ଆସିବ, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ଗତବର୍ଷ ବାଲିଅନ୍ତା କେନାଲ ସବ୍‌ଡିଭିଜନ ପକ୍ଷରୁ ପରୀକ୍ଷାମୂଳକ ଭାବେ ୨୦ ଲକ୍ଷ୍ୟ ଟଙ୍କା ଖର୍ଚ୍ଚରେ କୁଶଭଦ୍ରା ଶଯ୍ୟାରେ ନାଳି ଖନନ କରାଯାଇଥିଲା ଓ ବନ୍ୟା ଆସିବାରୁ ଉକ୍ତ ନାଳି ପୋତି ହୋଇଯାଇଥିଲା। ଫଳରେ ନଦୀ ପୂର୍ବ ଭଳି ସେମିତି ଶୁଖିଲା ପଡ଼ିଥିଲା। ତେଣୁ ଏଥର ମଧ୍ୟ ନଦୀରେ ନାଳି ଖନନ ବାବଦରେ ଖର୍ଚ୍ଚ ହେଉଥିବା ଟଙ୍କା ପାଣିରେ ପଡ଼ିବ ବୋଲି ଆଶଙ୍କା କରାଯାଉଛି। ନାଳି ଖନନ କରି ନଦୀକୁ ଜଳପୂର୍ଣ୍ଣ କରି ରଖିବା ଯୋଜନା ବାରମ୍ବାର ଫେଲ୍‌ ହେଉଥିଲେ ବି ଜଳସେଚନ ବିଭାଗ ଉକ୍ତ କାର୍ଯ୍ୟ ପ୍ରତିବର୍ଷ କରୁଛି। ଅଥଚ ନଦୀଦ୍ବୟରେ ବ୍ୟାରେଜ୍‌ ନିର୍ମାଣ ଭଳି ସ୍ଥାୟୀ ଯୋଜନାକୁ କାର୍ଯ୍ୟକାରୀ କରାଯାଉନାହିଁ। ବ୍ୟାରେଜ୍‌ ପାଇଁ ମା‌ଟି ପରୀକ୍ଷାରେ ଯୋଜନା ଅଟକି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe