ବିଲ୍ଡର ଗୟାଧର ନାଁରେ ଆଉ ଏକ ଠକେଇ ଅଭିଯୋଗ: ନକଲି କବଲାରେ ୩.୬୦ଲକ୍ଷ ଚଳୁ

Advertisment
ବିଲ୍ଡର ଗୟାଧର ନାଁରେ ଆଉ ଏକ ଠକେଇ ଅଭିଯୋଗ: ନକଲି କବଲାରେ ୩.୬୦ଲକ୍ଷ ଚଳୁ

ଭୁବନେଶ୍ବର : କୋଟି କୋଟି ଟଙ୍କା ଚଳୁ କରିଥିବା ହାଇପ୍ରୋଫାଇଲ୍ ଠକ ବିଲ୍‌ଡର୍‌ ଗୟାଧର ଜେନା ନାଁରେ ପୁଣି ଠକେଇ ଅଭିଯୋଗ ଆସିଛି। କେନ୍ଦ୍ରାପଡ଼ା ଆଳିର ପଞ୍ଚାନନ ପାଣି ନାମକ ଜଣେ ଯୁବକଙ୍କୁ ଜାଗାର ପଟ୍ଟା ଦେବାକୁ କହି ପ୍ରାୟ ୩ଲକ୍ଷ ୬୦ହଜାର ଟଙ୍କା ଠକେଇ କରିଥିବା ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୁଲିସ ଶାରଳା ରିଅଲକନ୍ ପ୍ରା.ଲି.ର ଗୟାଧର ଜେନାଙ୍କ ନାଁରେ ଠକେଇ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଖବର ଅନୁଯାୟୀ, ପଞ୍ଚାନନ ୨୦୧୧ ମସିହାରେ ଶାରଳା ରିଅଲକନ୍ ପାଖରୁ ୧୮୦୦ ବର୍ଗଫୁଟ୍‌ର ଏକ ଜାଗା କିଣିଥିଲେ। ଜାଗାର ପଟ୍ଟା ପାଇବା ପାଇଁ ସେ ଜୟଦୁର୍ଗାନଗରସ୍ଥିତ ଶାରଳା ରିଅଲକନ୍ ଅଫିସ୍‌ରେ ମ୍ୟାନେଜର ଗୟାଧରଙ୍କୁ ୩ଲକ୍ଷ ୬୦ହଜାର ଟଙ୍କା ଦେଇ ରସିଦ ଆଣିଥିଲେ। ଦୀର୍ଘ ୧୧ବର୍ଷ ଅପେକ୍ଷା କରି ଆର୍‌ଆଇ ଅଫିସ୍ ଓ ତହସିଲ୍ ଅଫିସ ଯିବା ପରେ ଜାଣିଥିଲେ ଯେ ଗୟାଧର ଦେଇଥିବା କବଲା ନକଲି। ଯେଉଁଥି ପାଇଁ ଜାଗାର ପଟ୍ଟା ହୋଇପାରୁନାହିଁ କି ଡିମାର୍କେସନ୍ ମଧ୍ୟ କରାଯାଉନାହିଁ। ତେଣୁ ଠକ ଗୟାଧରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପଞ୍ଚାନନ ଲକ୍ଷ୍ମୀସାଗର ଥାନାର ଦ୍ବାରସ୍ଥ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe