Odisha Diary
ଭୁବନେଶ୍ବର : ବିଏମ୍ସିର କୋଭିଡ୍ ମୁକାବିଲା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨୦କୋଟି ଟଙ୍କା ଅନୁମୋଦନ କରିଛନ୍ତି। ପୂର୍ବରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ବିଭିନ୍ନ ପର୍ଯ୍ୟାୟରେ ୭୭କୋଟି ଟଙ୍କା ମିଳିଥିବାବେଳେ ଆଜିର ୨୦କୋଟି ଟଙ୍କାକୁ ମିଶାଇ ବିଏମ୍ସିକୁ ମୋଟ୍ ୯୭କୋଟି ଟଙ୍କା ମିଳିଛି। ବିଏମ୍ସି କର୍ତ୍ତୃପକ୍ଷ ଏହି ଅର୍ଥ କୋଭିଡ୍ ପରିଚାଳନା ବାବଦକୁ ଖର୍ଚ୍ଚ କରିବେ ବୋଲି କୁହାଯାଇଛି।
ବିଏମ୍ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, କରୋନାର ଦୁଇଟି ଲହରର ମୁକାବିଲା ପାଇଁ ବର୍ଷକ ମଧ୍ୟରେ ଆମକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଯେତିିକି ଟଙ୍କା ମିଳିଛି ସେଗୁଡ଼ିକୁ ଆମେ କୋଭିଡ ହସ୍ପିଟାଲର ଫି’ (ସମ୍ ଓ କିମ୍ସ କୋଭିଡ ହସ୍ପିଟାଲକୁ ଛାଡ଼ି ବାକି କୋଭିଡ ହସ୍ପିଟାଲ ପାଇଁ) ବାବଦକୁ ଦେଇଛୁ। ଏହାବାଦ୍ ଟିକାକରଣ, ଟେଷ୍ଟିଂ, ରୋଗୀ ସ୍ଥାନାନ୍ତର ପାଇଁ ନିୟୋଜିତ ହେଉଥିବା କର୍ମଚାରୀ ଓ ଗାଡ଼ି ବାବଦକୁ ଖର୍ଚ୍ଚ ହୋଇଛି।
ଉକ୍ତ ଅଧିକାରୀଙ୍କ କହିବାନୁଯାୟୀ, ରାଜଧାନୀରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲେ ବି ସ୍ଥିତି ନିୟନ୍ତ୍ରଣକୁ ଆସିନି। ହସ୍ପିଟାଲରେ ବହୁ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ଏବେ ରାଜଧାନୀରେ ୬୬୨୮ଜଣ ସକ୍ରିୟ ଆକ୍ରାନ୍ତ ଥିବାବେଳେ ଏଥିରୁ ପ୍ରାୟ ୭୦୦ରୁ ଅଧିକ ଆକ୍ରାନ୍ତ େକାଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏହାବାଦ୍ ରାଜଧାନୀର ବିଭିନ୍ନ କୋଭିଡ ହସ୍ପିଟାଲରେ ଭୁବନେଶ୍ବର ବାହାରର ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ମଧ୍ୟ ବିଏମ୍ସି ବହନ କରୁଛି।
Follow Us