ପଳାଶୁଣୀରେ ପୁଣି ସିରିଜ୍‌ ଦୁର୍ଘଟଣା

Advertisment

୧୬ ନମ୍ବର ଜାତୀୟ ରାଜପଥର ଜଣାଶୁଣା ବ୍ଲାକ୍‌ସ୍ପଷ୍ଟ ପଳାଶୁଣୀ ଛକରେ ଆଜି ରାତି ପ୍ରାୟ ସାଢ଼େ ୧୧ଟାରେ ପୁଣି ଘଟିଛି ଏକ ସିରିଜ୍‌ ଦୁର୍ଘଟଣା। ଏଥିରେ ୨ ଟ୍ରକ୍‌ର ଚାଳକମାନେ ଗୁରୁତର ହୋଇଛନ୍ତି। ମଞ୍ଚେଶ୍ବର ଥାନା ପୁଲିସ ସେମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରିଛି।

dfdfvcvf

ଭୁବନେଶ୍ବର: ୧୬ ନମ୍ବର ଜାତୀୟ ରାଜପଥର ଜଣାଶୁଣା ବ୍ଲାକ୍‌ସ୍ପଷ୍ଟ ପଳାଶୁଣୀ ଛକରେ ଆଜି ରାତି ପ୍ରାୟ ସାଢ଼େ ୧୧ଟାରେ ପୁଣି ଘଟିଛି ଏକ ସିରିଜ୍‌ ଦୁର୍ଘଟଣା। ଏଥିରେ ୨ ଟ୍ରକ୍‌ର ଚାଳକମାନେ ଗୁରୁତର ହୋଇଛନ୍ତି। ମଞ୍ଚେଶ୍ବର ଥାନା ପୁଲିସ ସେମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରିଛି। ଖବର ଅନୁସାରେ କଟକ ଦିଗରେ ଯାଉଥିବା ଏକ ଟ୍ରକ୍‌ (ଏନ୍‌ଏଲ୍‌-୦୧-କ୍ୟୁ-୨୧୧୫)ର ଆଗ ଚକ ହଠାତ୍ ଫାଟି ଯାଇଥିଲା।

ଫଳରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ହଠାତ୍ ରାସ୍ତାର ଏକ କଡ଼କୁ ମାଡ଼ି ହୋଇଯାଇଥିଲା। ଏତିକିବେଳେ ଟ୍ରକ୍‌ ପଛରେ ଥିବା ଏକ କାର୍‌ ମଧ୍ୟ ନିୟନ୍ତ୍ରଣ ହରାଇଥିଲା। କିନ୍ତୁ କାର୍‌ ଚାଳକ ଉପସ୍ଥିତ ବୁଦ୍ଧି ଖଟାଇ ଗାଡ଼ିକୁ ଡାହାଣକୁ କାଟି ଖସିଯାଇଥିଲେ। ମାତ୍ର କାର୍‌ ପଛରେ ଥିବା ଟ୍ରକ୍‌(ଟିଏନ୍‌୧୨-ଆର୍‌-୧୮୫୬) ନିୟନ୍ତ୍ରଣ ହରାଇ ଆଗ ଟ୍ରକ୍‌ ପଛରେ ପିଟିହୋଇଯାଇଥିଲା। ସେହିଭଳି ପଛରେ ଥିବା ଆଉ ଏକ ଟ୍ରକ୍‌(ଏମ୍‌ଏଚ୍‌୪୦ସିପି-୯୯୯୩) ଦ୍ବିତୀୟ ଟ୍ରକ୍‌ ପଛରେ ଧକ୍କା ହୋଇଥିଲା। ଦ୍ବିତୀୟ ଓ ତୃତୀୟ ଟ୍ରକ୍‌ର ଚାଳକଦ୍ବୟ ଆହତ ହୋଇଛନ୍ତି। ଏହି ଘଟଣା ପରେ କିଛି ସମୟ ପାଇଁ ଯାନବାହନ ଚଳାଚଳ ଠପ୍‌ ହୋଇଯାଇଥିଲା। କିନ୍ତୁ ପୁଲିସ ପହଞ୍ଚିବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe