ଜେଲ କାନ୍ଥରେ ଜେଲର୍‌ ବିରୋଧୀ ପୋଷ୍ଟର

Advertisment
ଜେଲ କାନ୍ଥରେ ଜେଲର୍‌ ବିରୋଧୀ ପୋଷ୍ଟର

ଭୁବନେଶ୍ବର: ଝାରପଡ଼ା ସ୍ବତନ୍ତ୍ର ଜେଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଲାଗିଲା ଲାଞ୍ଚ ପୋଷ୍ଟର। ଜେଲ କାନ୍ଥରେ ଜେଲର୍‌ଙ୍କ ବିରୋଧରେ ଆଜି ଗୋଟିଏ ଧାଡ଼ିରେ ଏକାଧିକ ପୋଷ୍ଟର ଦେଖିବାକୁ ମିଳିଛି। ଏହି ପୋଷ୍ଟରରେ ଶିରୋନାମାରେ ‘ଝାରପଡ଼ା ସ୍ବତନ୍ତ୍ର ଜେଲର ଲାଞ୍ଚଖିଆ ଜେଲର୍ ଅକ୍ଷୟ ଜେନାଙ୍କ ଆତଙ୍କରାଜ’ ବୋଲି ଲେଖାଯାଇଛି। ସେଥିରେ ଆହୁରି ଲେଖାଯାଇଛି, ଚିଟ୍‌ଫଣ୍ଡ ମାମଲାର ଆସାମୀଙ୍କୁ ରାଜକୀୟ ସମ୍ମାନ ମିଳୁଛି। ସେଥିମଧ୍ୟରୁ ଏମ୍‌.ଡି ଆରିଫଙ୍କଠାରୁ ଜେଲର୍‌ ଅକ୍ଷୟ ଜେନା ଲାଞ୍ଚ ଖାଇ ତାଙ୍କୁ ଜେଲ୍ ଭିତରେ ସମସ୍ତ ସୁବିଧା ଯୋଗାଇ ଦେଉଛନ୍ତି। କିନ୍ତୁ ଅନ୍ୟ ଅଭିଯୁକ୍ତମାନଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଛନ୍ତି। ଗରିବ ନିରୀହ ଲୋକଙ୍କର ମୁଲାକାତ୍ ଜିନିଷ ଇତ୍ୟାଦିକୁ ହଡ଼ପ କରୁଛନ୍ତି। ତେଣୁ ତୁରନ୍ତ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ଏହି ଘଟଣା ଆଜି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ମୁଖ୍ୟ ବିଷୟ ହୋଇଛି।

ଏ ସମ୍ପର୍କରେ ଜେଲ୍ ଅଧୀକ୍ଷକ ଡି.ଏନ୍ ବାରିକ କହିଛନ୍ତି, ବଦନାମ୍ କରିବାକୁ ଉଦ୍ଦେଶ୍ୟମୂଳକ ଭାବେ ଏପରି ପୋଷ୍ଟର୍‌ ଲଗା ଯାଇଛି। କୌଣସି ଜେଲ୍‌ ଫେରନ୍ତା କଏଦୀଙ୍କୁ ଆକଟ କରାଯାଇଥିବାରୁ ସେ ଏପରି କରିଥାଇ ପାରନ୍ତି। ଅନ୍ୟପକ୍ଷରେ ମୋବାଇଲ ଫୋନ୍‌ରେ କଏଦୀ ଗପିବାର ଭିଡିଓ ଭାଇରାଲ୍ ଘଟଣାରେ କେବଳ ପୁଲିସ ତଦନ୍ତ ନିର୍ଦ୍ଦେଶ ଦେଇ ହାତ ବାନ୍ଧି ବସିଛି ଜେଲ୍ ବିଭାଗ। ଏହି ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe