ଦଳବିରୋଧୀ କାର୍ଯ୍ୟ, ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ

ଛାତ୍ର ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ବହିଷ୍କୃତ

ଦଳବିରୋଧୀ କାର୍ଯ୍ୟ, ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ

Ommcom News

ଭୁବନେଶ୍ବର: ବିଏମ୍‌ସି ନିର୍ବ‌ାଚନରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ‌ଥିବା ସାଗର ବଳବନ୍ତରାୟଙ୍କୁ ଦଳରୁ ବହିଷ୍କାର କରାଯାଇଛି। ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ଏନେଇ ଏକ ପ୍ରେସ୍‌ ବିବୃତିରେ ସୂଚନା ଦେଇଛନ୍ତି।

ଆଗାମୀ ଦିନରେ ଯେଉଁ କର୍ମକର୍ତ୍ତାଙ୍କ ନାମରେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗ ଆସିବ, ସେ‌ତେବେଳେ ମଧ୍ୟ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ସାଗର ବଳବନ୍ତରାୟ ଛାତ୍ର ବିଜେଡିର ରାଜ୍ୟ ସମ୍ପାଦକ ଥାଇ ୩୯ ନମ୍ବର ୱାର୍ଡରେ ତାଙ୍କ ପତ୍ନୀ ଋତିକା ବଳବନ୍ତରାୟଙ୍କୁ କର୍ପୋରେଟର ପ୍ରାର୍ଥୀ କରିଛନ୍ତି। ସେ ସ୍ବାଧୀନ ଭାବରେ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ଏଠାରେ ସୁନିତା ପାଇକରାୟ ବିଜେଡିରୁ ଦଳୀୟ ଟିକେଟ୍‌ ପାଇ ପ୍ରାର୍ଥୀ ହୋଇଛନ୍ତି।

ଏଠାରେ ପ୍ରତିଭା ସାମନ୍ତରାୟ ମଧ୍ୟ ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ଭାବରେ ଛିଡ଼ା ହୋଇଥିଲେ। କିନ୍ତୁ ଦଳ ତାଙ୍କୁ ବୁଝାସୁଝା କରିବା ପରେ ସେ ଶେଷ ଦିନରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଥିଲେ। ହେଲେ ଋତିକା ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନଥିଲେ। ଏବେ ଛାତ୍ର ବିଜେଡି ତାଙ୍କ ସ୍ବାମୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତେବେ ପୂର୍ବରୁ ମଧ୍ୟ ଏଭଳି କାର୍ଯ୍ୟାନୁଷ୍ଠାନର ରେକର୍ଡ ରହିଛି। ୨୦୦୮ ବିଏମ୍‌ସି ନିର୍ବାଚନ ସମୟରେ ୫୬ଜଣଙ୍କ ଉପରେ ଓ ୨୦୧୪ରେ ୧୦ ରୁ ଅଧିକ ନେତାଙ୍କ ଉପରେ ବିଜେଡି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe