ଦାଦାଗିରି ଛାଡ଼ିଲେ ଅନୁଭବ, ଏବେ ସିଦ୍ଧାନ୍ତଙ୍କ ପାଳି

Advertisment
ଦାଦାଗିରି ଛାଡ଼ିଲେ ଅନୁଭବ, ଏବେ ସିଦ୍ଧାନ୍ତଙ୍କ ପାଳି

ଭୁବନେଶ୍ବର: ଜୀ ସାର୍ଥକର ଲୋକପ୍ରିୟ ଓଡ଼ିଆ ରିଅଲିଟି ସୋ’ ‘ଦାଦାଗିରି ହୃଦୟରୁ’ରେ ଏଣିକି ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ବଦଳରେ ଲୋକପ୍ରିୟ ମେଗାଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କୁ ଦେଖିବାକୁ ମିଳିବ। ଗତ ଜାନୁଆରି ୧୫ ତାରିଖରୁ ଆରମ୍ଭ ହୋଇଥିବା ଏହି ରିଅଲିଟି ସୋ’ ପ୍ରତି ଶନି ଓ ରବିବାର ପ୍ରସାରିତ ହେଉଥିବା ବେଳେ ଅନୁଭବଙ୍କ ଉପସ୍ଥାପନା ଏହାକୁ ଆହୁରି ଲୋକପ୍ରିୟ କରିଥିଲା। କିନ୍ତୁ ବର୍ତ୍ତମାନ ସିଦ୍ଧାନ୍ତଙ୍କ ଉପସ୍ଥାପନା ଦର୍ଶକଙ୍କୁ ଆହୁରି ଆମୋଦିତ କରିବ। ସୋ’ରେ ସିଦ୍ଧାନ୍ତଙ୍କ ପ୍ରବେଶ ସହ ସୋ’ର ନାମକୁ ମଧ୍ୟ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ସୋ’ର ନାମ ‘ଦାଦାଗିରି ହୃଦୟରୁ’ ଥିବା ବେଳେ ଏବେ ଏହାକୁ ପରିବର୍ତ୍ତନ କରି ‘ପ୍ରତିଭାର ଦାଦାଗିରି’ ରଖାଯାଇଛି। ଏନେଇ ସୋ’ର ନୂଆ ପ୍ରମୋ ମଧ୍ୟ ଆସିସାରିଛି।

ପ୍ରମୋକୁ ଦେଖି ସିଦ୍ଧାନ୍ତଙ୍କ ପ୍ରଶଂସକମାନେ ଖୁସିବ୍ୟକ୍ତ କରିବା ସହ ସାମାଜିକ ଗଣମାଧ୍ୟମରେ ଶୁଭେଚ୍ଛାର ସୁଅ ଛୁଟିଛି।
ଅନ୍ୟପଟେ ଅନୁଭବ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ସେୟାର କରି ନିଜ ପ୍ରଶଂସକମାନଙ୍କୁ ଶାନ୍ତ୍ବନା ଦେବା ସହ କହିଛନ୍ତି, ‘ଯାହା ହୁଏ ଭଲ ପାଇଁ ହୁଏ। ଆପଣମାନେ ଆଗକୁ ମୋତେ ନେଇ ଆହୁରି ଭଲ ଖବର ଶୁଣିବେ’। ‘ନା ମୁଁ ଆଉ ଦାଦାଗିରି କରିବି ନାହିଁ। ମତେ ମୋ ଅଞ୍ଚଳବାସୀଙ୍କ କଥା ବୁଝିବା‌କୁ ପଡ଼ିବ। ସେମାନଙ୍କ ସହଯୋଗ ଓ ସମର୍ଥନ ପାଇଁ ଆଜି ମୁଁ ସାଂସଦ ହୋଇଛି। ଚଳଚ୍ଚିତ୍ର, ଧାରାବାହିକ ଓ ରିଅଲିଟି ସୋ’ରେ ମୁଁ ବାନ୍ଧି ହୋଇ ମୁଁ ସଧାରଣ ଲୋକଙ୍କ କଥା ବୁଝି ପାରୁ ନାହିଁ। ଏଣୁ ମୁଁ ‌ଲୋକଙ୍କ ସହ ଯୋଡ଼ି ହେବାକୁ ଏହି ସୋ’କୁ ଛାଡ଼ିବାର ନିଷ୍ପତ୍ତି ନେଇଛି। ସୂଚନାଯୋଗ୍ୟ ଖୁବଶୀଘ୍ର ଅନୁଭବଙ୍କ ନୂଆ ଚଳଚ୍ଚିତ୍ର ‘ରାବଣ’ ମୁକ୍ତିଲାଭ କରିବାକୁ ଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe