ଗୟାରେ ପିଣ୍ଡଦାନ କଲେ, ଗାଁକୁ ଶବ ହୋଇ ଫେରିଲେ

Advertisment
ଗୟାରେ ପିଣ୍ଡଦାନ କଲେ, ଗାଁକୁ ଶବ ହୋଇ ଫେରିଲେ

ଖଣ୍ଡଗିରି : ପବିତ୍ର ପୟା ଶ୍ରାଦ୍ଧ ଅବସରରେ ପୁଣ୍ୟପୀଠ ଗୟାରେ ଶ୍ବଶୁରଙ୍କୁ ପିଣ୍ଡଦାନ କରିବାକୁ ସ୍ବାମୀଙ୍କ ସହ ଯାଇଥିଲେ ଅନୁପମା। କିନ୍ତୁ ବିଧିର ବିଧାନ ଥିଲା ଭିନ୍ନ। ଶ୍ବଶୁରଙ୍କୁ ପିଣ୍ଡଦାନ କରିବା ପରେ ଅନୁପମା ଶବ ପାଲଟିଗଲେ। ଘଟଣାଟି ସ୍ଥାନୀୟ ଜାଗମରାରେ ଶୋକର ଛାୟା ଖେଳାଇ ଦେଇଛି।

publive-image

ସୂଚନାନୁସାରେ, ଖଣ୍ଡଗିରି ମଣ୍ଡଳର ବିଜେପି ସଭାପତି ତଥା ଜାଗମରା ଗାଁର ଅଜୟ ଜେନା ପିତୃଶ୍ରାଦ୍ଧ ଦେବା ପାଇଁ ସ୍ତ୍ରୀ ଅନୁପମାଙ୍କୁ ସାଙ୍ଗରେ ଧରି ଗୟା ଯାଇଥିଲେ। ଗତ ଶୁକ୍ରବାର ଦିନ ଗୟାରେ ବାପାଙ୍କ ଶ୍ରାଦ୍ଧ ଦିନରେ ଗଙ୍ଗା ନଦୀରେ ପିଣ୍ଡଦାନ କରି ସେଠାରୁ ସେମାନେ କେଦାରନାଥ ଯାତ୍ରା କରିଥିଲେ। ଶନିବାର ଦିନ ଗୌରୀକୁଣ୍ଡ ନିକଟରେ ହଠାତ୍ ଅନୁପମା ଅସୁସ୍ଥ ହୋଇପଡ଼ିଲେ ଓ ତାଙ୍କୁ ତୁରନ୍ତ ଆର୍ମି ହସ୍ପିଟାଲରେ ଭର୍ତି କରାଯାଇଥିଲା। କିନ୍ତୁ ସେଠାରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ହୃଦ୍‌ଘାତ ଯୋଗୁଁ ତାଙ୍କ ମୃତ୍ୟୁ ଘଟିଥିଲା। ଏହି ଖବର ଭୁବନେଶ୍ବରରେ ପହଞ୍ଚିବା ପରେ ବିଜେପି ନେତା ଅମୀୟ ଦାଶ ଓ ସମୀର ମହାନ୍ତି ପ୍ରମୁଖ ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶ ବିଜେପି କର୍ମକର୍ତ୍ତାଙ୍କ ସହ ଯୋଗାଯୋଗ କରିଥିଲେ। ପ୍ରଭୁଜୀ ଇଂରାଜୀ ବିଦ୍ୟାଳୟର ପ୍ରତିଷ୍ଠାତା ବାବା ଶଙ୍କରାନନ୍ଦ ଗିରି ମଧ୍ୟ ଅଜୟଙ୍କୁ ବହୁ ସହଯୋଗ କରିଥିଲେ। ମଙ୍ଗଳବାର ସନ୍ଧ୍ୟାରେ ଅନୁପମାଙ୍କ ମୃତଦେହ ଗାଁ‌ରେ ପହଞ୍ଚିଥିଲା ଓ ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe