ସରକାର ଆଇନର ପରିଧି ଭିତରେ କାମ କରିଥିଲେ ବେଆଇନ ସୌଧ ପାଇଁ ଏତେ ଟଙ୍କା ଖର୍ଚ୍ଚ ହୋଇନଥାନ୍ତା

ସରକାର ଆଇନର ପରିଧି ଭିତରେ କାମ କରିଥିଲେ ବେଆଇନ ସୌଧ ପାଇଁ ଏତେ ଟଙ୍କା ଖର୍ଚ୍ଚ ହୋଇନଥାନ୍ତା

OrissaPOST

ପୁରୁଣା ଭୁବନେଶ୍ବର: ଅଧାରୁ ଅଟକିଥିବା ଶ୍ରୀଲିଙ୍ଗରାଜ ଏଣ୍ଟ୍ରି ପ୍ଲାଜା ପ୍ରକଳ୍ପର କାମ ପୁଣି ଆରମ୍ଭ ହେବ। ସମ୍ପୂର୍ଣ୍ଣ ଛିଡ଼ା ହେବ ହେରିଟେଜ୍‌ ଇଣ୍ଟରପ୍ରିଟେସନ୍‌ ସେଣ୍ଟର୍‌। ବାହ୍ୟ ସଂଯୋଗ ରାସ୍ତା ନିର୍ମାଣ ହେବ। ରାସ୍ତା ଚଉଡ଼ା ସହ ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପାଖରେ ସୌନ୍ଦର୍ଯ୍ୟୀକରଣ କାମ ଏଣିକି ବାସ୍ତବ ରୂପ ନେବ। ବହୁ ପ୍ରତୀକ୍ଷିତ ‘ଏକାମ୍ର ସଂରକ୍ଷଣ ଯୋଜନା’କୁ ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ(ଏନ୍‌ଏମ୍‌ଏ)ଙ୍କ ଏନ୍‌ଓସି ପରେ ଏକାମ୍ର କ୍ଷେତ୍ର ବିକାଶ ନେଇ ଆଶା ବଢ଼ିଛି।

ଏ ନେଇ ନିଜର ମତ ରଖିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେ ଏକ ଟ୍ବିଟ୍‌ କରି ଏନଏମଏକୁ ଧନ୍ୟବାଦ ଦେଇଛନ୍ତି। ସେ ତାଙ୍କ ଟ୍ବିଟ୍‌ରେ ଲେଖିଛନ୍ତିି, ‘ଜଗନ୍ନାଥ ପରିକ୍ରମା ଓ ଅନ୍ୟ ଐତିହ୍ୟ ପ୍ରକଳ୍ପର କାରଣ ଖୋଜି ଥିବାରୁ ଧନ୍ୟବାଦ। ପୁରୀରେ ଅଭ୍ୟର୍ଥନା ପ୍ରକୋଷ୍ଟ ନିଷିଦ୍ଧଞ୍ଚଳ ବାହାରକୁ ଉଚତା କମାଇବାକୁ ଏନଏମଏ ପ୍ରସ୍ତାବ ଦେଇଛି।

ଯଦି ରାଜ୍ୟ ସରକାର ଆଇନର ପରିଧି ଭିତରେ ରହି କାମ କରିଥାନ୍ତେ, ତା ହେଲେ ବେଆଇନ ସୌଧ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇନଥାନ୍ତା। ସେପ୍ଟେମ୍ବର ୯ ବୈଠକରେ ଏନଏମଏର ସୁପାରିଶ ଶ୍ରୀ ମନ୍ଦିରର ସୁରକ୍ଷା ଓ ନିରାପତ୍ତା କଥା ଚିନ୍ତା କରୁଥିବା ଜଗନ୍ନାଥ ପ୍ରେମୀଙ୍କୁ ଆଶ୍ୱସ୍ତ କରିଛି।’

ଏ ନେଇ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି, ‘ଏକାମ୍ର ସଂରକ୍ଷଣ ଯୋଜନାକୁ ଏନ୍‌ଏମ୍‌ଏ  ସ୍ୱୀକୃତି ଦେଇଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚେଷ୍ଟା, ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ, ମୁଖ୍ୟ ଶାସନ ସଚିବ, ୫ଟି ସଚିବ, ସାଂସଦ ସସ୍ମିତ ପାତ୍ର ଓ ଭର୍ତ୍ତୃହରୀ ମହତାବଙ୍କୁ ଧନ୍ୟବାଦ ଜଣାଉଛି। ପର୍ଯ୍ୟଟନ ବିଭାଗ ପକ୍ଷରୁ ଯେଉଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା, ସେବାୟତ ଭାବେ ଓ ସ୍ଥାନୀୟ ବିଧାୟକ ଭାବେ ଏନ୍‌ଏମ୍‌ଏକୁ ଧନ୍ୟବାଦ ଜଣାଉଛି। ଏନ୍‌ଏମ୍‌ଏ  ଏହାର ଗୁରୁତ୍ୱ ଉପଲବ୍ଧି କରି ମଞ୍ଜୁରୀ ଦେଇଛନ୍ତି। ଏକାମ୍ର କ୍ଷେତ୍ରର ମନ୍ଦିର ଗୁରୁତ୍ୱ ବହନ କରୁଛି। ଏ ସବୁର ସଂରକ୍ଷଣ ଓ ପାରିପାର୍ଶ୍ଵିକ ଉନ୍ନତି ଦରକାର। ଏହା ଆମ ପାଇଁ ଗର୍ବର ବିଷୟ। ଭକ୍ତ ସୁବିଧା ପାଇପାରିବେ। ମୁଁ ଭାବୁଛି ଏବେ କେନ୍ଦ୍ର ସରକାର ଶ୍ରୀଲିଙ୍ଗରାଜ ସ୍ୱତନ୍ତ୍ର ଆଇନକୁ ବି ମଞ୍ଜୁରୀ ଦେବେ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe