ଭୁବନେଶ୍ୱର: ୱାର୍ଡ ନଂ. ୨୯ରେ ଅପରାଜିତାଙ୍କ ପ୍ରଚାର

ଭୁବନେଶ୍ୱର: ୱାର୍ଡ ନଂ. ୨୯ରେ ଅପରାଜିତାଙ୍କ ପ୍ରଚାର

ଭୁବନେଶ୍ବର: ୨୯ ନମ୍ବର ୱାର୍ଡରେ ପ୍ରାର୍ଥୀମାନଙ୍କ ପ୍ରଚାର ସରଗରମ ହୋଇଛି। ଶୁକ୍ରବାର ସନ୍ଧ୍ୟାରେ ବିଜେପି ପ୍ରାର୍ଥୀ ଅପରୂପ ନାରାୟଣ ରାଉତ(ଜୀବନ) ମାରାଥନ୍ ପ୍ରଚାର କରିଛନ୍ତି। ତାଙ୍କ ସହ ପ୍ରଚାରରେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଜେପିର ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡ୍ ଓ ବିଜେପି ନେତା ଜଗନ୍ନାଥ ପ୍ରଧାନ ସାମିଲ ହୋଇଥିଲେ। ଅପରାଜିତା ୱାର୍ଡର ବସ୍ତି ଓ କଲୋନି ବୁଲି କର୍ପୋରେଟର୍ ପ୍ରାର୍ଥୀ ଶ୍ରୀ ରାଉତଙ୍କୁ ଭୋଟ୍ ଦେବାକୁ ଅନୁରୋଧ କରିଥିଲେ।

ଭୁବନେଶ୍ବରର ବିକାଶ ପାଇଁ ଯୁବ ପ୍ରାର୍ଥୀଙ୍କୁ ଜିତାଇବାର ଆବଶ୍ୟକତା ରହିଛି ବୋଲି ସାଂସଦ କହିଥିଲେ। ୱାର୍ଡର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସେ କି କି ପଦକ୍ଷେପ ନେବେ, ସେ ସମ୍ପର୍କରେ ଶ୍ରୀ ରାଉତ ଲୋକଙ୍କୁ ବୁଝାଇଥିଲେ। ଏହି ପ୍ରଚାର ଅଭିଯାନରେ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକ ସାମିଲ ହୋଇଥିଲେ। ୨୯ ନମ୍ବର ୱାର୍ଡରେ ଏଥର ବିଜେପିର ଅପରୂପ ନାରାୟଣ, ବିଜେଡିର ଏ ରାଜୁ ଓ କଂଗ୍ରେସର ଦେବୀପ୍ରସାଦ ବାହାଲିଆଙ୍କ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେବାକୁ ଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe