ଗୀତରେ ଗୀତରେ ଅକ୍ଷୟଙ୍କୁ ଶ୍ରଦ୍ଧାଞ୍ଜଳି

Advertisment

‘ସମ୍ଭାବନା’ ପକ୍ଷରୁ ଅକ୍ଷୟ ମହାନ୍ତି: ଅପାସୋରା ଗୀତି

‘ସମ୍ଭାବନା’ ପକ୍ଷରୁ ଅକ୍ଷୟ ମହାନ୍ତି: ଅପାସୋରା ଗୀତି

ଗୀତରେ ଗୀତରେ ଅକ୍ଷୟଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ନଦୀର ନାମ ଅଳସ କନ୍ୟା ପ୍ରିୟାର ନାମ ତନ୍ଦ୍ରା, ବୟସର କୃଷ୍ଣଚୂଡ଼ା ରଙ୍ଗ ତୁମ ମନ୍ଦ ନୁହେଁ, ଯାଯାବର.. ମନମୋର.., ଯା’ ଯା’ରେ ଭାସି ଯା’ ନୌକା ମୋର ଭାସି ଯା.. ଏମିତି ଚିର ସବୁଜ ଅକ୍ଷୟ ସଙ୍ଗୀତ ସବୁ ଭାସି ଆସୁଥିଲା ପ୍ରବୀଣ ଓ ଯୁବ କଣ୍ଠଶିଳ୍ପୀଙ୍କ କଣ୍ଠରୁ। ଅକ୍ଷୟଙ୍କ ଗୀତ ଗାଇ ଗୀତରେ ଗୀତରେ ସେମାନେ ତାଙ୍କୁ ଦେଉଥିଲେ ଶ୍ରଦ୍ଧାଞ୍ଜଳି।

ଅବସର ଥିଲା ସମ୍ଭାବନା ପକ୍ଷରୁ ପ୍ରଖ୍ୟାତ ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତିଙ୍କ ଜୟନ୍ତୀ ମାସ ଅବସରରେ ଜୟଦେବ ଭବନରେ ଆୟୋଜିତ ଅକ୍ଷୟ ମହାନ୍ତି: ଅପାଶୋରା ଗୀତି କାର୍ଯ୍ୟକ୍ରମ। ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ, ସୁଶାନ୍ତ ପଣ୍ଡା, ଛନ୍ଦା ମିଶ୍ର, ଶୁଭେନ୍ଦ୍ର କୁମାର ନାୟକ, ଆଶିଷ ଦତ୍ତ, ଲିପ୍‌ସା ମିଶ୍ର, ସିଦ୍ଧାନ୍ତ ଶତପଥୀ, ସତ୍ୟ ସାର୍ଥକ ମହାପାତ୍ର ଓ ତନୟା ତନିଶା ଦାସଙ୍କ କଣ୍ଠରେ ଅକ୍ଷୟଙ୍କ ପରିବେଷିତ, ରଚିତ ଓ ନିର୍ଦେଶିତ ଗୀତଗୁଡ଼ିକ ଶୁଣିବାକୁ ମିଳିଥିଲା।

ବିଶିଷ୍ଟ ଭାଷାବିତ୍‌ ଦେବୀପ୍ରସନ୍ନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ପ୍ରମୁଖ ଅତିଥି ଭାବେ ୨୦୧୭ ଶ୍ରେଷ୍ଠ ଓଡ଼ିଆଣୀ ମଧୁସ୍ମିତା ଦାସ ଉପସ୍ଥିତ ଥିଲେ। ସମ୍ଭାବନାର ଅଧ୍ୟକ୍ଷ ଶରତଚନ୍ଦ୍ର ଭଦ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ସମ୍ପାଦକ ଦେବପ୍ରସାଦ ପରିଜା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ସ୍ମୃତି ମହାନ୍ତି। ବହୁ ଅକ୍ଷୟ ସଙ୍ଗୀତ ପ୍ରେମୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe