ଭୁବନେଶ୍ୱର : ଡ. ଏପିଜେ ଅବଦୁଲ କଲାମ ମେମୋରିଆଲ ଟ୍ରଷ୍ଟ୍ ପକ୍ଷରୁ ଆଜି ସ୍ଥାନୀୟ ବୁଦ୍ଧ ମନ୍ଦିରଠାରେ ଦେଶର ପୂର୍ବତନ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ୍ କଲାମ ଜୟନ୍ତୀ ଅବସରରେ ‘ବିଶ୍ୱ ଛାତ୍ର ଦିବସ’ ପାଳିତ ହୋଇଯାଇଛି।
ଟ୍ରଷ୍ଟ୍ର ଫାଉଣ୍ଡର୍ ଟ୍ରଷ୍ଟି ଓ ସଂପାଦକ କରୁଣାକର ପ୍ରଧାନ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ରାଜ୍ୟ ଆଇନ୍ ବିଭାଗର ଅବସରପ୍ରାପ୍ତ ନିର୍ଦ୍ଦେଶକ ନବୀନ ଚନ୍ଦ୍ର ମହାପାତ୍ର, ଗଣଶିକ୍ଷା ବିଭାଗର ଅବସରପ୍ରାପ୍ତ ନିର୍ଦ୍ଦେଶକ ଶରତ କୁମାର ବିଶ୍ୱାଳ, ସାହିତ୍ୟିକ ମନୋଜ କୁମାର ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କଲାମଙ୍କ ଦେଶ ଓ ବିଜ୍ଞାନ ପାଇଁ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଏକାଦଶୀ ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ।
ଏହି ଅବସରରେ ‘ପିଲାଙ୍କ କଲାମ’ ପୁସ୍ତକ ଉନ୍ମୋଚିତ ହୋଇଥିଲା। ପୂର୍ବରୁ ଆୟୋଜିତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଏହି ଅବସରରେ ‘ମେଧାବୃତ୍ତି’ ଓ ‘ଉତ୍କଳ ଜ୍ୟୋତି-୨୦୧୭’ ପ୍ରଦାନ କରାଯିବା ସହ ପୁରସ୍କୃତ କରାଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ହୋଇଥିବା ବିଜ୍ଞାନ ପ୍ରକଳ୍ପରେ ପ୍ରଥମ ହୋଇଥିବା କୁନି ବୈଜ୍ଞାନିକଙ୍କୁ ‘ଡ. ଏପିଜେ ଅବଦୁଲ କଲାମ ବିଜ୍ଞାନ ପ୍ରତିଭା ସମ୍ମାନ’ରେ ସମ୍ମାନିତ କରାଯାଇଛି। କାର୍ଯ୍ୟକ୍ରମକୁ ସ୍ୱାଧୀନ ମହାନ୍ତି, ଧରଣୀଧର ବେହେରା, ଦିଲ୍ଲୀପ ମଲ୍ଲିକ ଓ ଆଲୋକପ୍ରଭା ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ।
Follow Us