ଆପୋଲୋରେ କାରୋଟିଡ ଏଣ୍ଡାର୍ଟେରେକ୍ଟୋମି ସହିତ ସିଏବିଜିର ସଫଳ ଅସ୍ତ୍ରୋପଚାର

Advertisment
ଆପୋଲୋରେ କାରୋଟିଡ ଏଣ୍ଡାର୍ଟେରେକ୍ଟୋମି ସହିତ ସିଏବିଜିର ସଫଳ ଅସ୍ତ୍ରୋପଚାର

ଭୁବନେଶ୍ୱର : ଆପୋଲୋ ହସ୍ପିଟାଲର କାର୍ଡିଓ ଥେରାପି ଓ ଭାସ୍କୁଲାର ସର୍ଜରି ପକ୍ଷରୁ ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। କାରୋଟିଡ ଏଣ୍ଡାର୍ଟେରେକ୍ଟୋମି ସହିତ ସିଏବିଜିର ଅସ୍ତ୍ରୋପଚାର ହୋଇଛି। ଉଭୟ ହୃଦୟ ଓ ମସ୍ତିସ୍କରେ ହୋଇଥିବା ବ୍ଲକେଜ୍‌ରେ ଏକାସାଙ୍ଗରେ ଅସ୍ତ୍ରୋପଚାର ହୋଇଛି। ଏଭଳି ଅସ୍ତ୍ରୋପଚାର ପୂର୍ବାଞ୍ଚଳରେ ବିରଳ ବୋଲି କହିଛନ୍ତି ସିଟିଭିଏସ୍‌ର ପରାମର୍ଶଦାତା ଡା.ଦେବାଶିଷ ନାୟକ।

ଆଜି ଆପୋଲୋ ହସ୍ପିଟାଲ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନାୟକ କହିଲେ, ସମ୍ବଲପୁର ଅଞ୍ଚଳରେ ୪୩ବର୍ଷ ବୟସ୍କ ଏହି ବ୍ୟକ୍ତିଙ୍କୁ ଦେହର ବାମ ପଟରେ ଦୁର୍ବଳ ଅନୁଭବ କରିଥିଲେ। କାରୋଟିଡ ଆର୍ଟେରିର ଦକ୍ଷିଣରେ କ୍ଲଟରେ ବ୍ଲକିଂ ହୋଇଥିବା ଜଣାପଡ଼ିଥିଲା। ପରବର୍ତୀ ସମୟରେ ତାଙ୍କ ହୃଦୟରେ ମଧ୍ୟ ବ୍ଲକ୍‌ ହୋଇଥିବା ନଜରକୁ ଆସିଥିଲା। ତେଣୁ ଉଭୟକୁ ଏକାସଙ୍ଗରେ ଅସ୍ତ୍ରୋପଚାର କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। କାରୋଟିଡ ଏଣ୍ଡାର୍ଟେରେକ୍ଟୋମି ଏକ ଜଟିଳ ଅସ୍ତ୍ରୋପଚାର ହୋଇଥିବା ବେଳେ ଏଥିରେ ଅନେକ ଜଟିଳତା ରହିଛି। ଦେଶରେ ଏ ପର୍ଯ୍ୟନ୍ତ ଏଭଳି ୧୦ଟି ଅସ୍ତ୍ରୋପଚାର ହୋଇଥିବା ସେ କହିଛନ୍ତି। ଏହି ଅସ୍ତ୍ରୋପଚାର ପାଇଁ ୬/୭ଲକ୍ଷ ଟଙ୍କା ଖର୍ଚ ହେଉଥିବା ବେଳେ ଏହି ବ୍ୟକ୍ତିଙ୍କ ରାଜ୍ୟ ଚିକିତ୍ସା ପାଣ୍ଠି ବା ଓଏସ୍‌ଟିଏଫ୍‌ ଜରିଆରେ ଅସ୍ତ୍ରୋପଚାର ହୋଇଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଡା.ବ୍ୟମୋକେଶ ଦିକ୍ଷୀତ, ଡା.ଉଷା ଜଗନ୍ନାଥନ୍‌ ଓ ଡା.ରଘୁନାଥ ମହାପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe