ଏପ୍ରିଲ ୧ରୁ ଉତ୍କଳ ଭାରତର ‘ଓଡ଼ିଶା ଭାଗ୍ୟ ପରିବର୍ତନ ଯାତ୍ରା’

ଏପ୍ରିଲ ୧ରୁ ଉତ୍କଳ ଭାରତର ‘ଓଡ଼ିଶା ଭାଗ୍ୟ ପରିବର୍ତନ ଯାତ୍ରା’

ଭୁବନେଶ୍ୱର: ଆସନ୍ତା ଏପ୍ରିଲ ୧ରୁ ରାଜ୍ୟବ୍ୟାପୀ ଉତ୍କଳ ଭାରତ ପକ୍ଷରୁ ଓଡ଼ିଶା ଭାଗ୍ୟ ପରିବର୍ତନ ଯାତ୍ରା ଆରମ୍ଭ ହେବ। ଭ୍ରଷ୍ଟାଚାରୀ ରାଜ୍ୟ ବିଜେଡି ସରକରଙ୍କୁ ହଟାଇବା ହେଉଛି ଏହି ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଦଳ ପକ୍ଷରୁ କୁହାଯାଇଛି। ଆଜି ଲୋହିଆ ଏକାଡେମିଠାରେ ‘ଉତ୍କଳ ଭାରତ’ର ରାଜ୍ୟ କାର୍ଯ୍ୟକର୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଦଳର ସଭାପତି ଖାରବେଳ ସ୍ୱାଇଁଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଦଳ ପକ୍ଷରୁ କୁହାଯାଇଛି ଯେ, ଗତ ୧୮ବର୍ଷ ହେବ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଦଳ ରାଜ୍ୟରେ କ୍ଷମତାରେ ରହିଛି। ବିଜେଡି ଏକ ଭ୍ରଷ୍ଟାଚାରୀ ଦଳରେ ପରିଣତ ହୋଇଯାଇଛି। ରାଜ୍ୟର ପ୍ରାୟ ସମସ୍ତ ଛୋଟ ଦଳମାନେ ଏକପ୍ରକାର ବିଜେଡି ମୁହାଁ ହୋଇଛନ୍ତି। ଏଭଳି ପରିସ୍ଥିତିରେ ଉତ୍କଳ ଭାରତ ହିଁ ବିଜେଡିର ବିକଳ୍ପ ଭାବେ ଅଣ୍ଟା ଭିଡ଼ି ଆଗାମୀ ଦିନରେ ଲଢ଼େଇକୁ ଓହ୍ଲାଇବ। ରାଜ୍ୟରେ ଏକ ସୁଶାସନ ପ୍ରଦାନ କରିବା ସହିତ ଆର୍ଥିକ ଦୃଷ୍ଟିକୋଣରୁ ରାଜ୍ୟ ସମୃଦ୍ଧ କରିବାରେ ସକ୍ଷମ ହୋଇପାରିବ ବୋଲି ଦଳର ନେତୃବୃନ୍ଦ କହିଛନ୍ତି।

ଏହି ସମ୍ମିଳନୀରେ ଦଳର ଉପ-ସଭାପତି ରାଜେନ୍ଦ୍ର ଦଳବେହେରା, ଲୋକନାଥ ଷଡ଼ଙ୍ଗୀ, ସଂପାଦକ କମିଲୁଦ୍ଦିନ ଅହମ୍ମଦ, ଶ୍ରୀହର୍ଷ ସ୍ୱାଇଁ, ବାବୁଲି ମଲ୍ଲିକ, ରାଜ୍ୟ ଦଳିତ ମୋର୍ଚାର ସଭାପତି ଦିଲ୍ଲୀପ ମଲ୍ଲିକ, ସାବିତ୍ରୀ ଜେନା, ଜଗଦୀଶ ପ୍ରଧାନ, ପ୍ରଦୀପ ଜେନା, ନିର୍ମଳ ଚନ୍ଦ୍ର ବେହେରା, ଗଙ୍ଗାଧର ମାନସିଂହ, ନବକିଶୋର ପ୍ରଧଶାନ, କ୍ରିଷ୍ଣା ଟିକିମାନୀ, ରବିନାରାୟଣ ଦାସ, ସୁମିତ୍ରା ପଣ୍ଡା, ହରିଶ ଜେନା, ନିତ୍ୟାନନ୍ଦ ମହାନନ୍ଦ, ନବକିଶୋର ସୁନା, କୃପାସିନ୍ଧୁ ସିଂହ, ତ୍ରିନାଥ ପାଲଟାସିଂହ, ଯୋଗେନ୍ଦ୍ର ଆଚାର୍ଯ୍ୟ, ରଂଜନ ମଢ଼ୁଆଳ, ତୁଳସୀ ନାଏକ, କୃଷ୍ଣଚନ୍ଦ୍ର ସ୍ୱାଇଁ ଓ ସୁରେଶ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe